
କେନ୍ଦୁଝର, ୨୮ ଜୁଲାଇ(ହି.ସ.) – ଗତକାଲି ବିଳମ୍ବିତ ରାତିରୁ ଲଗାଣ ବର୍ଷାରେ ତେଲକୋଇ ସମାକୋଇ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ। ଯାତାୟତ ବାଧାପ୍ରାପ୍ତ। ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ସବୁ ଅଟକି ରହିଛି। ତେଲକୋଇରୁ ୧୩ ପଂଚାୟତ ବିଭିନ୍ନ ହୋଇପଡ଼ିଛି। ଅପର ପାର୍ଶ୍ୱରେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଛି। କଟକ ଭୁବନେଶ୍ୱର ବସ୍ ଚଳାଚଳ ଠପ୍ ହୋଇପଡ଼ିଛି। ଲୋକ ବ୍ଲକ କାର୍ଯ୍ୟାଳୟକୁ ଜରୁରୀ କାର୍ଯ୍ୟ ପାଇଁ ଯାଇ ପାରୁନାହାନ୍ତି। ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀ ସେବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସେବା ବନ୍ଦ ହୋଇଯାଇଛି। ଖାଲି ସେତିକି ନୁହେଁ ତେଲକୋଇର ବିଭିନ୍ନ ନଦୀ ନାଳରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ବିଭିନ୍ନ ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ତେଲକୋଇ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି। ସେଥିପାଇଁ ସମାକୋଇ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଲକୋଇରେ ୭୬.୬ ବର୍ଷା ରେକର୍ଡ଼ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA