ରାମଗିରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବାରେ ବିଳମ୍ବ
ଜୟପୁର, ୨୮ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ରାମଗିରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇ ନାହିଁ । କାରଣ ସ୍କୁଲ ବାରଣ୍ଡାରେ କାଠ ଚୁଳରେ ରୋଷଇ କରାଯାଉଥିବା ବେଳେ ବର୍ଷା ରେ କାଠ ଓଦା
 ରାମଗିରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ  ମଧ୍ୟାହ୍ନ  ଭୋଜନ ଦେବା ରେ ବିଳମ୍ବ


ଜୟପୁର, ୨୮ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ରାମଗିରି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇ ନାହିଁ । କାରଣ ସ୍କୁଲ ବାରଣ୍ଡାରେ କାଠ ଚୁଳରେ ରୋଷଇ କରାଯାଉଥିବା ବେଳେ ବର୍ଷା ରେ କାଠ ଓଦା ହେବା ଯୋଗୁଁ ରୋଷେଇ ବିଳମ୍ବ ହୋଇଛି । ପିଲାମାନେ ୨ ଟା ପରେ ମଧ୍ୟହ୍ନ ଭୋଜନ ଖାଇଛନ୍ତି । ଏହି ଘଟଣା କୁ ନେଇ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାଶୀନାଥ ଗୁଣିଆ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସରକାର ଛାତ୍ରଛାତ୍ରୀଙ୍କୁ କୋଟିକୋଟି ଟଙ୍କା ବ୍ୟୟରେ ମାଗଣା ରନ୍ଧା ଖାଦ୍ୟ ଦେଉଛନ୍ତି। ରାନ୍ଧିବାକୁ ଗ୍ୟାସ୍ ଚୁଲା ମଧ୍ୟ ଯୋଗାଉଛନ୍ତି । ହେଲେ ଏହି ଗ୍ୟାସ୍ ଚୂଲା ଖତ ଖାଉଛି, ଆଜି ପର୍ଯ୍ୟନ୍ତ ଗ୍ୟାସ ଚୁଲା ଆଦୌ ବ୍ୟବହାର ହୋଇନାହିଁ । କେବଳ କାଠ ଚୁଳରେ ଚାଲିଛି ରୋଷେଇ । ସେପଟେ ସ୍ଥାନୀୟ ପ୍ରଧାନ ଶିକ୍ଷକ ରାମବାବୁ ପାଙ୍ଗିଙ୍କୁ ପଚାରିବାରୁ ସେ ନିଜ ମୁଣ୍ଡରୁ ଦାୟିତ୍ୱ ହଟେଇ ଦେଇ ସ୍ଥାନୀୟ ମା ତୁଳସୀ ସ୍ୱୟଂ ସହାୟକ ଗୋଷ୍ଟୀ ମଧ୍ୟହ୍ନ ଭଜନ ରୋଷେଇ ଦାୟିତ୍ୱ ନେଇଥିବା ବେଳେ ତାଙ୍କର ଦାଇତ୍ୱ ହୀନତା ଯୋଗୁଁ ଏଭଳି ପରିସ୍ଥିତି ଉପଜିଛି ବୋଲି କହିଛନ୍ତି । ଅନ୍ୟପଟେ ସିଆରସିସି ଅକ୍ଷୟ ନାୟକଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଗାମି ଦିନରେ ଆଉ ଏଭଳି ସମସ୍ୟା ଯେଉଁଭଳି ନ ହେବ ସେଥିପାଇଁ ଦୃଷ୍ଟି ଦେବେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କେବଳ ଏହି ଗୋଟିଏ ବିଦ୍ୟାଳୟ ନୁହଁ, ବୈପାରୀଗୁଡା ବ୍ଲକରେ ପ୍ରାୟ ଅଧିକାଂଶ ସରକାର ବିଦ୍ୟାଳୟରେ ରନ୍ଧା ଖାଦ୍ୟ ଯୋଗାଇବା ସହ ସମସ୍ତ ପ୍ରକାର ସରଞ୍ଜାମ ଯୋଗାଇ ଦେଉଛନ୍ତି । ହେଲେ ବିପଦସଙ୍କୁଳ ଅବସ୍ଥାରେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ଏଥିପାଇଁ ଦାୟୀ କିଏ ଉଚ୍ଚ ପଦାଧିଜାରୀ ଦୃଷ୍ଟି ଦେବା ଅତି ଆବଶ୍ୟକ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande