ସହକାରୀ ଅଧ୍ୟାପକ ଡ. ଅଭିମନ୍ୟୁ ଦାସଙ୍କ ଅକାଳ ବିୟୋଗରେ ସରକାରୀ ଶିକ୍ଷକ ସଂଘର ଶୋକସଭା
ଭଦ୍ରକ, ୨୮ ଜୁଲାଇ (ହି.ସ.) - ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରର ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡ଼. ଅଭିମନ୍ୟୁ ଦାସଙ୍କ ପୁରୀରେ ବାହୁଡ଼ା ଯାତ୍ରା ସମୟରେ ଅକାଳ ବିୟୋଗ ଘଟିଥିବା ଖବରରେ ଓଡିଶା ସରକାରୀ ଶିକ୍ଷକ ସଂଘ (ଓଜିସିଟିଏ) ର ଶାଖା, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ
SARAKARI SIKHYAKA SANGHA SOKASABHA


ଭଦ୍ରକ, ୨୮ ଜୁଲାଇ (ହି.ସ.) - ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରର ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡ଼. ଅଭିମନ୍ୟୁ ଦାସଙ୍କ ପୁରୀରେ ବାହୁଡ଼ା ଯାତ୍ରା ସମୟରେ ଅକାଳ ବିୟୋଗ ଘଟିଥିବା ଖବରରେ ଓଡିଶା ସରକାରୀ ଶିକ୍ଷକ ସଂଘ (ଓଜିସିଟିଏ) ର ଶାଖା, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଲଳିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକସଭାରେ ଦିବଙ୍ଗତ ଡ଼. ଦାସଙ୍କ ସ୍ମୃତିଚାରଣ କରାଯାଇଥିଲା। ସେ ଜଣେ ନିଷ୍ଠାପର ଶିକ୍ଷକ, ଦକ୍ଷ ଶିକ୍ଷାବିତ୍ ଏବଂ ସଦାଳାପୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ଅକାଳ ବିୟୋଗ ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ଏହି ଶୋକସଭାରେ ଓଜିସିଟିଏର ସାଧାରଣ ସମ୍ପାଦକଡ଼. ସଞ୍ଜୟ କୁମାର ଦତ, ଡ଼. ବ୍ରହ୍ମାନନ୍ଦ ପଣ୍ଡା ,ଡ଼. ଲକ୍ଷ୍ମୀକାନ୍ତ ନାୟକ ,ଡ଼. ଅକ୍ଷୟ କୁମାର ଦାସ ଓ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥି ତଥିଲେ। ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି କାମନା କରି ସମସ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande