
ନୂଆପଡ଼ା, ୨୮ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆଜି ନୋଡାଲ ଅଧିକାରୀ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ ପ୍ରେମ ଚନ୍ଦ୍ର ଚୌଧରୀ ଆସି ବିଭିନ୍ନ ଦୁଗ୍ଧ ସମବାୟ ସମିତି, ଗୋଶାଳା, ଦୁଗ୍ଧ ସଂଗ୍ରହ ଅନୁଷ୍ଠାନ ପରିଦର୍ଶନ କରିଥିବା ବେଳେ ଜିଲ୍ଲା ସଦଭାବନା କେନ୍ଦ୍ର ଠାରେ ଜିଲ୍ଲା ଉନ୍ନୟନ କମିଟି ବୈଠକର ସମୀକ୍ଷା କରିଛନ୍ତି। ପଡୋଶୀ ରାଜ୍ୟ ଛତିଶଗଡ଼କୁ ସଡ଼କ ପଥରେ ନୂଆପଡ଼ା ଜିଲ୍ଲାକୁ ପ୍ରବେଶ କରିଥିଲେ। ସେହି ପଥରେ ଆସିବା ସମୟରେ ଅନେକ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ହିତାଧିକାରୀଙ୍କ ଗୋପାଳନ, ଗୋଶାଳା ଦେଖିଥିଲେ। ପ୍ରାଣୀ ସମ୍ପଦ ଏକ ଶିଳ୍ପ ରୂପେ କାର୍ଯ୍ୟ କରି ଯୁବକ ସମାଜକୁ ରୋଜଗାର ସୃଷ୍ଟି କରିବା ବୋଲି ଆହ୍ୱାନ କରଛନ୍ତି।
ସଦଭାବନା କେନ୍ଦ୍ର ଠାରେ ଜିଲ୍ଲା ଉନ୍ନୟନ କମିଟି ବୈଠକରେ ନୋଡାଲ ଅଧିକାରୀ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ ପ୍ରେମ ଚନ୍ଦ୍ର ଚୌଧରୀ ଯୋଗ ଦେଇ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ