
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ମଙ୍ଗଳବାର ଦିନ ଗ୍ୟାଷ୍ଟ୍ରୋ ଆଣ୍ଡ୍ ଲିଭର କେୟାର ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ହେପାଟାଇଟିସ ଦିବସ–୨୦୨୬ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜ୍ୟ ଆଇନ ଓ ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ସଚେତନତା ଓ ହେପାଟାଇଟିସ ପ୍ରତିରୋଧ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ମତବିନିମୟ କରିଥିଲେ।
ଏହି ଅବସରରେ ମନ୍ତ୍ରୀ କହିଥିଲେ ହେପାଟାଇଟିସ୍ ଅନେକ ସମୟରେ କୌଣସି ସ୍ପଷ୍ଟ ଲକ୍ଷଣ ବିନା ଯକୃତକୁ କ୍ଷତିଗ୍ରସ୍ତ କରିଥାଏ।ତେଣୁ ସଚେତନତା, ପ୍ରତିରୋଧ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକରଣ ଏବଂ ପ୍ରାରମ୍ଭିକ ଚିହ୍ନଟ ହିଁ ଏହି ରୋଗ ବିରୋଧରେ ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର। ଆସନ୍ତୁ, ସଚେତନତାକୁ ଜନଆନ୍ଦୋଳନରେ ପରିଣତ କରି ସୁସ୍ଥ, ସୁରକ୍ଷିତ ଏବଂ ହେପାଟାଇଟିସମୁକ୍ତ ଓଡ଼ିଶା ଗଠନ ଦିଗରେ ସମସ୍ତେ ମିଳିତ ଭାବେ ଆଗେଇ ଆସିବା।
ଏହି ଅବସରରେ ଜାତୀୟ ଆଧୁନିକ କଳା ସଂଗ୍ରହାଳୟ ପୂର୍ବତନ ମହାନିର୍ଦ୍ଦେଶକ ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ, ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀମତୀ ଅର୍ଚ୍ଚିତା ସାହୁ,ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରମ ଆନନ୍ଦ,ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ,ଗ୍ୟାଷ୍ଟ୍ରୋ ଲିଭର କେୟାର ଫାଉଣ୍ଡେସନର ନିର୍ଦ୍ଦେଶକ ଡ଼ଃ ମନୋଜ କୁମାର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା