
ଜୟପୁର, ୨୮ ଜୁଲାଇ (ହି.ସ.)- କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ତେଲିପୁଟ ଗ୍ରାମରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ । ମୃତ ଯୁବକ ଜଣକ ନିରଞ୍ଜନ ବାଘ (୨୩) । ଜୟପୁର ସଦର ଥାନା ଅନ୍ତର୍ଗତ ତେଲିପୁଟ ଗ୍ରାମର ସୁନିଲ ବାଘ ସଦର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ପୁତୁରା ନିରଞ୍ଜନ ବାଘ ଗ୍ରାମରେ ଥିବା ଏକ ପିଜୁଳି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହା ନିରଞ୍ଜନଙ୍କ ସ୍ତ୍ରୀ ଦେଖି ଗ୍ରାମ ଲୋକଙ୍କୁ ଡାକିଥିଲେ । ନିରଞ୍ଜନକୁ ଗଛରୁ ଓହ୍ଲାଇ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବାଘର ମାନସିକ ସ୍ଥିତି ଠିକ୍ ନଥିଲା । ସେ ପ୍ରଚୁର ମଦ୍ୟପାନ କରୁଥିଲେ । ତାଙ୍କୁ ମଦ୍ୟପାନ କରିବାକୁ ବାରଣ କରିବାରୁ ସେ ଏପରି ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି । ଅଭିଯୋଗକୁ ଭିତ୍ତି କରି ଜୟପୁର ସଦର ପୋଲିସ ଏକ ଅପମୃତ୍ୟୁ ମମଲା ରୁଜୁ କରି ଜିଲା ଚିକିତ୍ସାଳୟରେ ଶବକୁ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ଥାନ୍ତର କରାଯାଇଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି