ଯୁବୋଦୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର, 28 ଜୁଲାଇ (ହି.ସ.) ବଲାଙ୍ଗୀର ଜିଲ୍ଲାର ସାକମାସ୍ଥିତ ଯୁବୋଦୟ ଉନ୍ନତ ବୈଷୟିକ ମହାବିଦ୍ୟାଳୟର ସ୍ନାତକ ବିଜ୍ଞାନ (ବି.ଏସ୍.ସି.), କମ୍ପ୍ୟୁଟର ପ୍ରୟୋଗ ସ୍ନାତକ (ବି.ସି.ଏ.) ଏବଂ ବ୍ୟବସାୟ ପ୍ରଶାସନ ସ୍ନାତକ (ବି.ବି.ଏ.) ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ସାକମା ଗ୍ରାମ ପରିଦର୍ଶନ କରି ଗ୍ରା
ଯୁବୋଦୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ


ଯୁବୋଦୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ


ବଲାଙ୍ଗିର, 28 ଜୁଲାଇ (ହି.ସ.)

ବଲାଙ୍ଗୀର ଜିଲ୍ଲାର ସାକମାସ୍ଥିତ ଯୁବୋଦୟ ଉନ୍ନତ ବୈଷୟିକ ମହାବିଦ୍ୟାଳୟର ସ୍ନାତକ ବିଜ୍ଞାନ (ବି.ଏସ୍.ସି.), କମ୍ପ୍ୟୁଟର ପ୍ରୟୋଗ ସ୍ନାତକ (ବି.ସି.ଏ.) ଏବଂ ବ୍ୟବସାୟ ପ୍ରଶାସନ ସ୍ନାତକ (ବି.ବି.ଏ.) ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ସାକମା ଗ୍ରାମ ପରିଦର୍ଶନ କରି ଗ୍ରାମର ରାସ୍ତାଘାଟ ଓ ଗଳିପଥ ସଫା କରିଥିଲେ।ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷା ନୀତି–୨୦୨୦ ଅନ୍ତର୍ଗତ ଆୟୋଜିତ ଦୁଇ ସପ୍ତାହ ବ୍ୟାପୀ ପରିଚୟ କାର୍ଯ୍ୟକ୍ରମର ଏକ ଅଂଶ ଥିଲା।

ଛାତ୍ରଛାତ୍ରୀମାନେ କେବଳ ଗ୍ରାମ ସଫା କରିବାରେ ସୀମିତ ନ ରହି ଗ୍ରାମବାସୀଙ୍କୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲେ। ଏହା ସହିତ ଗ୍ରାମର ଛୋଟ ପିଲାମାନଙ୍କୁ ଚକୋଲେଟ ବଣ୍ଟନ କରି ସେମାନଙ୍କ ସହ ଆନ୍ତରିକ ଭାବରେ ମତବିନିମୟ କରିଥିଲେ।

କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳ ହୋଇଥିଲା। ଛାତ୍ରଛାତ୍ରୀମାନେ ପ୍ରାୟୋଗିକ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ସହ ସ୍ଥାନୀୟ ଗ୍ରାମ ଜୀବନ ସମ୍ପର୍କରେ ମଧ୍ୟ ଅନୁଭୂତି ହାସଲ କରିଥିଲେ। ଗ୍ରାମବାସୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସେମାନଙ୍କ ଏହି ମହତ୍ ପ୍ରୟାସକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅମ୍ବରୀଶ ଦାଶ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ସମାଜସେବା ପ୍ରତି ମଧ୍ୟ ସମାନ ଭାବେ ନିଜକୁ ସମର୍ପିତ କରିବା ଉଚିତ। ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସମାଜର ସେବା କରିବା। ସେ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande