ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସର ବିଶାଳ ପଦଯାତ୍ରା
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ପ୍ରତିବାଦ ପଦଯାତ୍ରା କଂଗ୍ରେସ ଭବନଠାରୁ ଲୋକସେବା ଭବନକୁ ଆରମ୍ଭ ହୋଇଥିଲା । ପିଏମଜି ଛକ ଆଗରୁ ପୋଲିସ ବ୍ୟାରିକେଡ଼ ଦେଇ ପଦଯାତ୍ରାକୁ ରୋକିଥିଲା ଫଳରେ କଂଗ୍ରେସ ନେତୃବୃନ୍ଦ ଓ କର୍
dfh


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ପ୍ରତିବାଦ ପଦଯାତ୍ରା କଂଗ୍ରେସ ଭବନଠାରୁ ଲୋକସେବା ଭବନକୁ ଆରମ୍ଭ ହୋଇଥିଲା । ପିଏମଜି ଛକ ଆଗରୁ ପୋଲିସ ବ୍ୟାରିକେଡ଼ ଦେଇ ପଦଯାତ୍ରାକୁ ରୋକିଥିଲା ଫଳରେ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତା ସେଠାରେ ସରକାରଙ୍କ ଛାତ୍ର ବିରୋଧୀ ନୀତି ଓ ଶିକ୍ଷାମନ୍ତ୍ରୀ ଗଣ୍ଡଙ୍କ ବିରୋଧରେ ସ୍ଲୋଗାନ ଦେଇ ଇସ୍ତଫା ଦାବୀ କରିଥିଲେ ।

ଏହା ବ୍ୟତୀତ କଂଗ୍ରେସ ଭବନଠାରେ ଯୁବନେତା ହରିଶଙ୍କର ରାଉତଙ୍କ ନେତୃତ୍ୱରେ କଟକରୁ ଆସିଥିବା ପ୍ରାୟ ୮୦୦ ଶହରୁ ଉର୍ଧ୍ୱ ଜେନ ଜୀ ମଙ୍ଗଳବାର କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ।

ମିଶ୍ରଣ ପର୍ବରେ ଜେନ ଜୀଙ୍କୁ ଉଦବୋଧନ ଦେଇ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ କହିଛନ୍ତି ଯେ, ଆପଣ ଜେନ ଜୀଙ୍କୁ କଂଗ୍ରେସ ଦଳରେ ସ୍ୱାଗତ କରୁଛୁ । ଗୁଜୁରାଟରୁ ଆସି ସମସ୍ତ ଦେଶବାସୀଙ୍କୁ ଭଣ୍ଡାଇଥିବା ବ୍ୟକ୍ତିଙ୍କୁ ଆଜି ଦେଶର ଛାତ୍ର ଓ ଜେନ ଜୀ ବର୍ଗ ମଜାକ କରୁଛନ୍ତି କ୍ଷ ଆଜି ସମସ୍ତ ଦେଶବାସୀ ତାଙ୍କୁ ଚିନ୍ହିଗଲେଣି ଏବଂ ରାଜ୍ୟରେ ସରକାର ପିଲାଙ୍କ ବହି ତ୍ରୁଟିଯୁକ୍ତ ମୁଦ୍ରଣ କରି ଇତିହାସ ସୃଷ୍ଟି କରିଛି । ଏହା ଅକ୍ଷମଣୀୟ ତେଣୁ ରାଜ୍ୟର ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ଆନ୍ଦୋଳନକୁ ସାମ୍ନାକରନ୍ତୁ ବୋଲି ଶ୍ରୀ ଦେଶାଇ କହିଛନ୍ତି ।

ଓପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଆଜି କଂଗ୍ରେସ ଭବନରେ ଏକ ବିପ୍ଳବର ଦିନ । ଆମନେତା ରାହୁଳ ଗାନ୍ଧୀଙ୍କ ଜେନ ଜୀ ଆନ୍ଦୋଳନ ମାଧ୍ୟମରେ ସାରା ଦେଶରେ କମ୍ପନ ସୃଷ୍ଟି କରିଛନ୍ତି । ଜେନ ଜୀଙ୍କ ମହା ଆନ୍ଦୋଳନ ଫଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ଏବଂ ଏଭଳି ଏକ ବିପ୍ଳବ ସମୟରେ କଂଗ୍ରେସ ଭବନଠାରେ ହଜାର ସଂଖ୍ୟାରେ ଜେନ ଜୀ କଂଗ୍ରେସ ଦଳରେ ମିଶିବା ଦଳକୁ ଶକ୍ତିଶାଳୀ କରିବା ସହ ଲଢେଇ ପାଇଁ ସାହସ ଯୋଗେଇଛି । ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ନିଶ୍ଚିତ । ଯଦି ଦେବେନାହିଁ ତେବେ ତାଙ୍କ ବାସଭବନ ଘେରାଓ, ସମସ୍ତ ମନ୍ତ୍ରୀଙ୍କ ଘର ଘେରାଓ କରାଯିବା ସହ ଆବଶ୍ୟକ ହେଲେ ଓଡିଶା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଜେନ ଜୀ ଚାହିଁଲେ କଣ କରିପାରନ୍ତି ଜନ୍ତର ମନ୍ତର ଆନ୍ଦୋଳନ ପ୍ରମାଣିତ କଲା ତେଣୁ ଏଠାରେ ଉପସ୍ଥିତ ସମସ୍ତ ଜେନ ଜୀ ନିଜ ଅଧିକାର ପାଇଁ ଆଗାମୀ ଦିନରେ ସଂଗ୍ରାମ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥଲେ । ଆମେ ଆମ ଛୁଆଙ୍କ ଭବିଷ୍ୟତ ଅନ୍ଧକାର କରିପାରିବୁ ନାହିଁ କିମ୍ବା ଗୋଲାମ କରି ପାରିବୁ ନାହିଁ ତେଣୁ ଏଭଳି ଶିକ୍ଷାମନ୍ତ୍ରୀ ରାଜ୍ୟର ଆବଶ୍ୟକତା ନାହିଁ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଛାତ୍ରବର୍ଗଙ୍କୁ ନିଜ ଅଧିକାର ପାଇଁ ଲଢେଇ କରିବାର ସମୟ ଆସିଛି ବୋଲି ପରାମର୍ଶ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande