ଜିଲ୍ଲା ପ୍ରଶାସନ ପକ୍ଷରୁ ରସଗୋଲା ବଣ୍ଟନ
ପୁରୀ, ୨୮ ଜୁଲାଇ (ହି.ସ.)- ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରସଗୋଲା ବଣ୍ଟନ କରାଯାଇଥିଲା। ନୀଳାଦ୍ରି ବିଜେ ଦିନକୁ ମଧ୍ୟ ରସଗୋଲା ଦିବସ ଭାବେ ପାଳନ କରାଯାଇଥାଏ। ମା'' ଲକ୍ଷ୍ମୀଙ୍
ଜିଲ୍ଲା ପ୍ରଶାସନ ପକ୍ଷରୁ ରସଗୋଲା ବଣ୍ଟନ


ଜିଲ୍ଲା ପ୍ରଶାସନ ପକ୍ଷରୁ ରସଗୋଲା ବଣ୍ଟନ


ପୁରୀ, ୨୮ ଜୁଲାଇ (ହି.ସ.)- ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରସଗୋଲା ବଣ୍ଟନ କରାଯାଇଥିଲା। ନୀଳାଦ୍ରି ବିଜେ ଦିନକୁ ମଧ୍ୟ ରସଗୋଲା ଦିବସ ଭାବେ ପାଳନ କରାଯାଇଥାଏ। ମା' ଲକ୍ଷ୍ମୀଙ୍କୁ ରଥଯାତ୍ରା ସମୟରେ ମହାପ୍ରଭୁ ନେଇ ନ ଥିବାରୁ ମା ଲକ୍ଷ୍ମୀ ରାଗ ପ୍ରକାଶ କରି ହେରା ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରୁ କାଠ ଭାଙ୍ଗି ଦେଇଥିଲେ। ସେହି କ୍ରୋଧକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ମହାପ୍ରଭୁ ନୀଳାଦ୍ରି ବିଜେ ତିଥିରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇଥାନ୍ତି। ଏହି ଦିବସର ତାତ୍ପର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନ ପ୍ରାୟ ୫୦ କିଲୋଗ୍ରାମ ରସଗୋଲା ଶ୍ରୀମନ୍ଦିର ନିକଟରେ ବଣ୍ଟନ କରିଥିଲା।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ସହଯୋଗ କରିଥିଲେ। ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଏହି ରସଗୋଲା ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ ପାଇଁ ଶ୍ରଦ୍ଧାଳୁ ମାନେ ଖୁସି ବ୍ୟକ୍ତ କରିବା ସହ ଏକ ଭଲ ପରମ୍ପରା ସୃଷ୍ଟି କରିଥିବାରୁ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande