
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ବ୍ରହ୍ମପୁରସ୍ଥିତ ଏନ୍ଆଇଏସ୍ଟି ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ 'ଆଂଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀମତୀ ପରିଡା ମହିଳା ସଶକ୍ତିକରଣ, ଆର୍ôଥକ ସ୍ୱାବଲମ୍ବନ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ବ୍ଲକ୍ ସ୍ତରୀୟ ଫେଡେରେସନ୍ (ବିଏଲଏଫ୍)ଗୁଡ଼ିକର ସଦସ୍ୟାମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ ଏବଂ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା