ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ - ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, ଜୁଲାଇ ୨୮ (ହି.ସ)- ରାଜ୍ୟରେ ବର୍ଷା ସ୍ଥିତି ଓ ମୁକାବିଲା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଗତ ୨୪ ଘଂଟାରେ ରାଜ୍ୟରେ ହାରାହାରି ୪୭.୨ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକ
suresh pujari


ଭୁବନେଶ୍ୱର, ଜୁଲାଇ ୨୮ (ହି.ସ)- ରାଜ୍ୟରେ ବର୍ଷା ସ୍ଥିତି ଓ ମୁକାବିଲା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଗତ ୨୪ ଘଂଟାରେ ରାଜ୍ୟରେ ହାରାହାରି ୪୭.୨ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକ ଠାରୁ ଅଧିକ। ୮ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ହୀରାକୁଦ ଡ୍ୟାମ୍ ର ମାତ୍ର ୨ଟି ଗେଟ୍ ଖୋଲା ଅଛି। ନରାଜରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ଯାହାଦ୍ୱାରା ଚିନ୍ତାର କାରଣ ନାହିଁ। ଜଳକା ଛାଡ଼ିଦେଲେ ମହାନଦୀ, ବୈତରଣୀ, ସାଳନ୍ଦୀ ବିପଦ ସଙ୍କେତ ତଳେ ରହିଛି। ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକରେ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ମୁତୟନ ଅଛନ୍ତି। ପ୍ରଭାବିତ ଅଂଚଳରୁ ସ୍ଥାନାନ୍ତର ମଧ୍ୟ ଆରମ୍ଭ ହୋଇଗଲାଣି, ରନ୍ଧା ଖାଦ୍ୟ ବଂଟନ ହେଉଛି ବୋଲି କହିଛନ୍ତି ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande