ଆନ୍ଦୋଳନ ପାଇଁ ବୁଣାକାର ମହାସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଭୁବନେଶ୍ୱର ୟୁନିଟ୍-୩, ଖାରବେଳନଗର ଠାରେ ଓଡ଼ିଶା ବୁଣାକାର ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବୁଣାକାରମାନଙ୍କର ବିଭିନ୍ନ ସମସ୍ୟା ଯଥା- ମାସିକ ଭତା, ଜୀବନ ବୀମା, ସରକାରଙ୍କ ପକ୍ଷରୁ ମଜୁରୀ ସହାୟତା, ହସ୍ତତନ୍ତ ବ
fth67


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଭୁବନେଶ୍ୱର ୟୁନିଟ୍-୩, ଖାରବେଳନଗର ଠାରେ ଓଡ଼ିଶା ବୁଣାକାର ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବୁଣାକାରମାନଙ୍କର ବିଭିନ୍ନ ସମସ୍ୟା ଯଥା- ମାସିକ ଭତା, ଜୀବନ ବୀମା, ସରକାରଙ୍କ ପକ୍ଷରୁ ମଜୁରୀ ସହାୟତା, ହସ୍ତତନ୍ତ ବସ୍ତ୍ରରୁ ଜିଏସ୍ଟି ପ୍ରତ୍ୟାହାର ଦାବିରେ ଅଗଷ୍ଟ ମାସରେ ଭୁବନେଶ୍ୱରଠାରେ ଏକ ବୁଣାକାର ସମାବେଶ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ଦିଆଯିବା ପାଇଁ ବୈଠକରେ ସ୍ଥିର କରାଗଲା । ଏହି ସମାବେଶରେ ରାଜ୍ୟର ବିଭିନ୍ନ ବୟନ ମଣ୍ଡଳରୁ ଶତାଧିକ ମହିଳା ଓ ପୁରୁଷ ବୁଣାକାରମାନେ ଯୋଗଦାନ କରିବାକୁ ନିଷ୍ପତି ନିଆଗଲା । ଏହି ପ୍ରସ୍ତୁତି ବୈଠକରେ ମହାସଂଘର ସଭାପତି ଶ୍ରୀଧର ବେହେରାଙ୍କ ସମେତ ଉପସଭାପତି ସଂଜୟ କୁମାର ମେହେର, କିଶୋର ଚନ୍ଦ୍ର ଦାସ, ଶ୍ରୀକାନ୍ତ ନାୟକ, ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ମେହେର, ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରମୁଖ ଯୋଗଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande