
ଭାଗଲପୁର, ୩ ଜୁଲାଇ (ହି.ସ.): ନୌଗଛିଆର ଭବାନୀପୁର ଥାନା ଅଂଚଳରେ ଶୁକ୍ରବାର ଜାତୀୟ ରାଜପଥ ୩୧ ରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଏବଂ ଗୋଟିଏ ପରିବାରର ସାତ ଜଣ ଆହତ ହୋଇଛନ୍ତି। ବାଲି ବୋଝେଇ ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଘର ଉପରେ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଟ୍ରକଟି ଭବାନୀପୁର ଥାନା ସମ୍ମୁଖରେ ଖଗାରିଆରୁ ଆସୁଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ରାସ୍ତା କଡ଼ରେ ଥିବା ଘର ଉପରେ ଓଲଟି ପଡ଼ିଲା। ଦୁର୍ଘଟଣା ସମୟରେ ପରିବାରର ଅନେକ ସଦସ୍ୟ ଘର ଭିତରେ ଥିଲେ, ଯେଉଁମାନେ ଟ୍ରକ୍ ଏବଂ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇ ନିକଟବର୍ତୀ ଅଂଚଳର ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଭବାନୀପୁର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ