ୟୁପିର ଇଟାରେ କଂଟେନର ରୋଡୱେଜ୍ ବସ୍ ଯାତ୍ରୀଙ୍କୁ ଧକ୍କା ଦେଲା, ୫ ମୃତ
ଇଟା, ୩ ଜୁଲାଇ (ହି.ସ.)- ଶୁକ୍ରବାର ସକାଳେ ଉତର ପ୍ରଦେଶର ଇଟା ଜିଲ୍ଲାର ବାଗୱାଲା ଥାନା ଅଂଚଳରେ ଏକ ସଡ଼କ ଦୁର୍ଘଟଣାରେ ପାଂଚ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ମୋଟ୍ ୧୧ ଜଣ ଆହତ ହୋଇଛନ୍ତି । କିଲାରମାଉ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ଯେତେବେଳେ ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ରୋଡୱେ
ୟୁପିର ଇଟାରେ କଂଟେନର ରୋଡୱେଜ୍ ବସ୍ ଯାତ୍ରୀଙ୍କୁ ଧକ୍କା ଦେଲା, ୫ ମୃତ


ଇଟା, ୩ ଜୁଲାଇ (ହି.ସ.)- ଶୁକ୍ରବାର ସକାଳେ ଉତର ପ୍ରଦେଶର ଇଟା ଜିଲ୍ଲାର ବାଗୱାଲା ଥାନା ଅଂଚଳରେ ଏକ ସଡ଼କ ଦୁର୍ଘଟଣାରେ ପାଂଚ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ମୋଟ୍ ୧୧ ଜଣ ଆହତ ହୋଇଛନ୍ତି । କିଲାରମାଉ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ଯେତେବେଳେ ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ରୋଡୱେଜ୍ ବସ୍ ପଛରେ ଦ୍ରୁତ ଗତିରେ ଆସୁଥିବା କଂଟେନର ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର୍ ଥିଲା ଯେ ବସ୍ ବାହାରେ ଠିଆ ହୋଇଥିବା ଯାତ୍ରୀମାନେ ଏହାଦ୍ୱାରା ଆଘାତ ପାଇଥିଲେ ।

ଖବର ପାଇ ଜିଲ୍ଲାପାଳ ଅରବିନ୍ଦ ସିଂହ, ଏ. ଏସ୍. ପି. ଡଃ. ଇଲାମାରନ ଜି ସମେତ ତମାମ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ଥିଲେ । ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ଦୁର୍ଘଟଣାଗ୍ରସ୍ତ କଂଟେନର ଏବଂ ରୋଡୱେଜ୍ ବସ୍ କୁ ହଟାଇବା ଦ୍ୱାରା ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ସ୍ୱାଭାବିକ୍ ହୋଇଛି ।

ମୃତ ରାଜେଶଙ୍କ ଭାଇ ପୱନ କୁମାର କହିଛନ୍ତି ଯେ, ବସ୍ ଟି ଖରାପ ହୋଇଯାଇଥିବାରୁ ରାସ୍ତା ପାର୍ଶ୍ୱରେ ପାର୍କିଂ କରାଯାଇଥିଲା । ସେହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କଂଟେନର ଏହାକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଛି । ତାଙ୍କ ସାନ ଭାଇ ଅବଧେଶ ଏବଂ ପରିବାରର ଦୁଇ ଝିଅ ଦିଲ୍ଲୀ ଅଭିମୁଖେ ଯାଉଥିଲେ ।

ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ବସ୍ ଭାଙ୍ଗିବା କାରଣରୁ ରାସ୍ତା ପାର୍ଶ୍ୱରେ ପାର୍କିଂ କରାଯାଇଥିଲା, କିନ୍ତୁ ଏହାର କିଛି ଅଂଶ ରାସ୍ତାରେ ଥିଲା । ଏହି ସମୟରେ, ପଛରୁ ଆସୁଥିବା ଏକ କଂଟେନର ବସ୍ କୁ ଧକ୍କା ଦେଇଥିଲା, ଯାହା ବାହାରେ ଠିଆ ହୋଇଥିବା ଯାତ୍ରୀମାନଙ୍କୁ ଧକ୍କା ଦେଇଥିଲା । ସେ କହିଛନ୍ତି ଯେ, ଆହତମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ଏବଂ ସମଗ୍ର ଘଟଣାର ତଦନ୍ତ କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande