
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ବନ୍ୟା ଜଳ ବୃଦ୍ଧି ପାଇଁ କଟକ ଜିଲ୍ଲା ବଡ଼ମ୍ବାର ଭଟ୍ଟାରିକା ମନ୍ଦିର ଓ ସିଂହନାଥ ମନ୍ଦିର ପରିସରରେ ବିଏନଏସ୍ ର ଧାରା ୧୬୩ ଅନୁଯାୟୀ ନିଷେଧାଜ୍ଞା ଜାରି କରାଯାଇଛି।
ବଡ଼ମ୍ବା କାର୍ଯ୍ୟନିର୍ବାହୀ ମ୍ୟାଜିଷ୍ଟ୍ରେଟଙ୍କ ଦ୍ୱାରା ଜାରି କରା ଯାଇଥିବା ଏହି ଆଦେଶ ଅନୁଯାୟୀ, ଏହି ନିଷେଧାଜ୍ଞା ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ମନ୍ଦିର ଅଂଚଳରେ ଲୋକମାନଙ୍କ ଜୀବନ ଓ ସମ୍ପତିର ସୁରକ୍ଷା ସୁନିଶ୍ଚିତ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଏହା ସହିତ ବଡ଼ମ୍ବା ଥାନାର ଆଇଆଇସିଙ୍କୁ ମନ୍ଦିର ପରିସରରେ କଡ଼ା ନଜର ରଖିବାକୁ ଓ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖବାକୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା