ବନ୍ୟା ବିପତି ପାଇଁ ଏସଆଇଆର ଦାବୀ ଓ ଆପତି ଦାଖଲ ସମୟସୀମା ବୃଦ୍ଧି କରିବାକୁ ନିର୍ବାଚନ କମିଶନଙ୍କୁ ବିଜେପିର ଅନୁରୋଧ
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ରାଜ୍ୟର ଅନେକାଂଚଳରେ ପ୍ରବଳ ବର୍ଷା କାରଣରୁ ବର୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳବନ୍ଦୀ ଅବସ୍ଥା, ଗ୍ରାମାଂଚଳ ଓ ସହରାଂଚଳ ବୁଡିଯିବା, ଗଛ ସବୁ ଉପୁଡିଯିବା, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ଏବଂ ଯାତାୟତରେ ବାଧାପ୍ରାପ୍ତ ହେବା ଯୋଗୁଁ ସାଧାରଣ ଜୀବନଯାପନ
bjp


ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ରାଜ୍ୟର ଅନେକାଂଚଳରେ ପ୍ରବଳ ବର୍ଷା କାରଣରୁ ବର୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳବନ୍ଦୀ ଅବସ୍ଥା, ଗ୍ରାମାଂଚଳ ଓ ସହରାଂଚଳ ବୁଡିଯିବା, ଗଛ ସବୁ ଉପୁଡିଯିବା, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ଏବଂ ଯାତାୟତରେ ବାଧାପ୍ରାପ୍ତ ହେବା ଯୋଗୁଁ ସାଧାରଣ ଜୀବନଯାପନ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଅନ୍ୟ ପଟେ ରାଜ୍ୟରେ ସ୍ୱତନ୍ତ୍ର ସଘନ ପ୍ରକ୍ରିୟା (ଏସଆଇଆର) ଜାରୀ ରହିଥିବାବେଳେ ଦାବୀ ଓ ଆପତି ଦାଖଲର ସମୟ ସୀମା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଏହି ଅସାଧାରଣ ପରିସ୍ଥିତି ଯୋଗୁଁ ବୁଥ୍ ଲେଭଲ ଅଫିସର (ବିଏଲଓ), ଅନ୍ୟାନ୍ୟ ନିର୍ବାଚନୀ ଅଧିକାରୀ, ରାଜନୈତିକ ଦଳର ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀମାନେ ସ୍ୱତନ୍ତ୍ର ସଘନ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାରେ ବାଧା ସୃଷ୍ଟି ହୋଇଛି ବୋଲି ବିଜେପି ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।ଏଭଳି ପ୍ରତିକୁଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଏକ ସଂପୂର୍ଣ୍ଣ, ସଠିକ ଓ ତୃଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ସଘନ ପ୍ରକ୍ରିୟା ଅଧୀନରେ ଦାବୀ ଓ ଆପତି ଦାଖଲ ପାଇଁ ଧାର୍ଯ୍ୟ ସମୟସୀମା ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି ବୋଲି ଡ.ମହାନ୍ତି କହିଛନ୍ତି ।

ଏହି ପ୍ରତିନିଧି ଦଳରେ ଅନ୍ୟତମ ରାଜ୍ୟ ଉପସଭାପତି ଶ୍ରୀ ବିଷ୍ଣୁ ଦାସ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ରାଜ୍ୟ ପ୍ୟାନେଲିଷ୍ଟ ପତଞ୍ଜଳୀ କର ଶର୍ମା, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମୀ ରଞ୍ଜନ କାନୁନଗୋ ଏବଂ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande