ବଲାଙ୍ଗିର ଏସପି କାର୍ଯ୍ୟାଳୟରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ
ବଲାଙ୍ଗିର, 30 ଜୁଲାଇ (ହି.ସ.) ବଲାଙ୍ଗିର ଜିଲ୍ଲା ପୋଲିସ ଅଧୀକ୍ଷକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ପେଶାଲ ଜୁଭେନାଇଲ ପୋଲିସ ୟୁନିଟ୍ (ଏସଜେପିୟୁ) ସଦସ୍ୟ ଏବଂ ପୋଲିସ କର୍ମଚାରୀମାନଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହ
ବଲାଙ୍ଗିର ଏସ୍ପି କାର୍ଯ୍ୟାଳୟରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ


ବଲାଙ୍ଗିର ଏସ୍ପି କାର୍ଯ୍ୟାଳୟରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ


ବଲାଙ୍ଗିର, 30 ଜୁଲାଇ (ହି.ସ.) ବଲାଙ୍ଗିର ଜିଲ୍ଲା ପୋଲିସ ଅଧୀକ୍ଷକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ପେଶାଲ ଜୁଭେନାଇଲ ପୋଲିସ ୟୁନିଟ୍ (ଏସଜେପିୟୁ) ସଦସ୍ୟ ଏବଂ ପୋଲିସ କର୍ମଚାରୀମାନଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରଶିକ୍ଷଣରେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫, ପୋକ୍ସୋ ଅଧିନିୟମ, ୨୦୧୨, ଶିଶୁ ବିବାହ ନିଷେଧ ଅଧିନିୟମ, ୨୦୦୬, ଶିଶୁ ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଅଧିନିୟମ, ୧୯୮୬, ପିସିପିଏନଡିଟି ଅଧିନିୟମ, ୧୯୯୪ ଏବଂ ମିଶନ ବାତ୍ସଲ୍ୟ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଶ୍ରୀ ପି. ପ୍ରଧାନ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଡି ଏଲ ଏସ ଏ , ଶ୍ରୀ ହିମାଂଶୁ ଭୂଷଣ ବେହେରା, ଅତିରିକ୍ତ ପୋଲିସ ଅଧୀକ୍ଷକ, ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ପୀତାମ୍ବର ମଲ୍ଲିକ, ଡିଏସ୍ପି, ଏଚ୍ ଆର ପି ସି ତଥା ଏସ ଜେ ପିୟୁ

ଅଧ୍ୟକ୍ଷ, ଏବଂ ଶ୍ରୀ ବିକ୍ରମ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡି ସି ପି ଓ) ଉପସ୍ଥିତ ଥିଲେ।

ରିସୋର୍ସ ପର୍ସନ ଭାବେ ଶ୍ରୀ ଦିଗମ୍ବର କର (ଆଉ ପି ଓ, ବଲାଙ୍ଗିର), ଶ୍ରୀ ଏସ୍.ଏସ୍. କୁମ୍ଭାର (ପି ଓ ଏନ୍ ଆଇ ସି, ବଲାଙ୍ଗିର), ଶ୍ରୀମତୀ ମଞ୍ଜୁଲତା ମେହେର (ସଦସ୍ୟ, ଜୁଭେନାଇଲ ଜଷ୍ଟିସ ବୋର୍ଡ), ଶ୍ରୀମତୀ ଲତାଶ୍ରୀ (ସଦସ୍ୟ, ଚାଇଲ୍ଡ ୱେଲଫେର କମିଟି) ଏବଂ ଶ୍ରୀ ଅରୁଣ କେ. ଖୁଆସ (ସମାଜସେବୀ, ବଲାଙ୍ଗିର) ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବିକ୍ରମ ପଣ୍ଡାଙ୍କ ସମନ୍ୱୟରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶ୍ରୀ ଦିଗମ୍ବର କର (ଆଇ ପି ଓ, ବଲାଙ୍ଗିର) ସଞ୍ଚାଳନା କରିଥିଲେ। ଏଥିରେ ୫୫ ଜଣ ପୋଲିସ ଅଧିକାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହାସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡି ସି ପି ୟୁ) ଓ ଚାଇଲ୍ଡ ହେଲ୍ପଲାଇନ୍ (ସି ଏକ ଆଇ)ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଶେଷରେ ଶ୍ରୀ ପ୍ରମୋଦ ବଗର୍ତ୍ତୀ ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ରିସୋର୍ସ ପର୍ସନ, ପ୍ରଶିକ୍ଷୁ ଏବଂ ଆୟୋଜକମାନଙ୍କୁ କୃତଜ୍ଞତା ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande