ରେଳ ଷ୍ଟେସନ୍ ଓ ଆଖପାଖ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
Collector inspect railway station area
Collector visit jharsuguda road station


ଝାରସୁଗୁଡ଼ା, ୩୦ ଜୁଲାଇ (ହି.ସ.)- ଝାରସୁଗଡ଼ା ଜିଲ୍ଲାପାଳ କୁନାଲ ମୋତିରାମ୍ ଚହ୍ୱାଣ ଝାରସୁଗୁଡ଼ା ରୋଡ୍ ରେଳଷ୍ଟେସନ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଜଳନିଷ୍କାସନ ବ୍ୟବସ୍ଥାର ସ୍ଥଳ ପରିଦର୍ଶନ କରି ବର୍ଷାଜଳ ନିଷ୍କାସନର ବାସ୍ତବ ସ୍ଥିତିର ସମୀକ୍ଷା କରିଥିଲେ। ଡ୍ରେନ୍ ଗୁଡ଼ିକରେ ଆବର୍ଜନା ଜମି ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା ଦେଖି ସେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସଫେଇ କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ରେଳବାଇ, ପୌରପାଳିକା ଓ ସ୍ଥାନୀୟ ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରି ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜଳ ନିଷ୍କାସନ ପଥରେ କୌଣସି ପ୍ରକାରର ଜବରଦଖଲ କିମ୍ବା ଆବର୍ଜନାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ବର୍ଷା ସମୟରେ ସାଧାରଣ ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସମସ୍ତ ସତର୍କତାମୂଳକ ଓ ପ୍ରତିରୋଧାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande