ଦେଶୀ ମଦ ଜବତ, ବେପାରୀ ଗିରଫ
କୋରାଇ, ୩୦ ଜୁଲାଇ(ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତର କୁରୁପଦା ଗ୍ରାମ ଛକରେ ଦେଶୀ ମଦ ବିକ୍ରିର ଖବର ପାଇ ଶଙ୍ଖଚିଲା ଫାଣ୍ଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେଠାରେ କୁରୁପଦା ଗ୍ରାମର ଗଣେଶ୍ୱର ମଲିକ(୪୦)କୁ ଧରିବା ପରେ ତା’ ନିକଟରୁ ୨୬ଟି ଆସ୍କା ଫର୍ଟି(୫ ଲିଟର ୨ଶହ) ଦେଶୀ ମଦ ଧରା
ଦେଶୀ ମଦ ଜବତ, ବେପାରୀ ଗିରଫ


କୋରାଇ, ୩୦ ଜୁଲାଇ(ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତର କୁରୁପଦା ଗ୍ରାମ ଛକରେ ଦେଶୀ ମଦ ବିକ୍ରିର ଖବର ପାଇ ଶଙ୍ଖଚିଲା ଫାଣ୍ଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେଠାରେ କୁରୁପଦା ଗ୍ରାମର ଗଣେଶ୍ୱର ମଲିକ(୪୦)କୁ ଧରିବା ପରେ ତା’ ନିକଟରୁ ୨୬ଟି ଆସ୍କା ଫର୍ଟି(୫ ଲିଟର ୨ଶହ) ଦେଶୀ ମଦ ଧରାଯାଇଥିଲା । ଗଣେଶ୍ୱରକୁ ଥାନାକୁ ଆଣିବା ପରେ ଏକ ମାମଲା ୨୯୩/୨୬ ରୁଜ୍ଜୁ କରାଯାଇ ମଦ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଥିବା ତଦନ୍ତାଧିକାରୀ ଏଏସ୍ଆଇ ଦେବପ୍ରସାଦ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande