ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକ
District level single window committee meeting
Singing window


ଝାରସୁଗୁଡ଼ା, ୩୦, ଜୁଲାଇ (ହି.ସ.) - ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ଶିଳ୍ପ ଭିତିଭୂମିର ସମ୍ପ୍ରସାରଣ ଏବଂ ନୂତନ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କେତେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। କମିଟି ପକ୍ଷରୁ ମୋଟ ୧୦୨.୪୨ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରସ୍ତାବକୁ ଆନୁଷ୍ଠାନିକ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ନୂତନ ଶିଳ୍ପ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ରିଫ୍ରାକ୍ଟରୀ ସାମଗ୍ରୀ, ଇଣ୍ଡଷ୍ଟ୍ରିଆଲ୍ ଗ୍ୟାସ୍ ବୋତଲିଂ ୟୁନିଟ୍ ଏବଂ କାଚ ନିର୍ମାଣ (ଗ୍ଲାସ୍ ମାନୁଫାକ୍ଚରିଂ) କ୍ଷେତ୍ର ସହ ଜଡ଼ିତ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜିଲ୍ଲାରେ ମୋଟ ୧୨୯୬ ଜଣ ବ୍ୟକ୍ତିଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ, ଯାହା ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଉକ୍ତ ବୈଠକରେ ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଅରିନ୍ଦମ ପ୍ରଧାନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀଙ୍କ ପ୍ରତିନିଧି, ଇଡ଼କୋ ସମ୍ବଲପୁରର ବିଭାଗୀୟ ମୁଖ୍ୟ, ଝାରସୁଗୁଡ଼ା ତହସିଲଦାର, କୋଲାବିରା ତହସିଲଦାର ଏବଂ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande