
କେନ୍ଦ୍ରାପଡ଼ା, ୩୦ ଜୁଲାଇ(ହି.ସ.) – ମାର୍ଶାଘାଇ ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମରେ ଘରୋଇ କଳିରୁ ଏକ ଅଭାବନୀୟ ଘଟଣା ଘଟିଛି। ପଡୋଶୀଙ୍କ ଆକ୍ରମଣରେ ଏକ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ, ମଣିକୁଣ୍ଡା ଗ୍ରାମର ଗଙ୍ଗାଧର ସ୍ୱାଇଁଙ୍କ ସହ ତାଙ୍କ ପଡୋଶୀ ଜିତେନ୍ଦ୍ରଙ୍କ ପରିବାରର ପୂର୍ବରୁ ବିବାଦ ଲାଗି ରହିଥିଲା। ଆଜି ଗଙ୍ଗାଧର ନିଜ ବାଡ଼ିରୁ ଅନାବନା ଗଛ ସଫା କରୁଥିବା ସମୟରେ ଜିତେନ୍ଦ୍ର ଓ ତାଙ୍କ ପରିବାର ଲୋକେ ଆସି ତାଙ୍କ ଉପରେ କୋଦାଳରେ ଆକ୍ରମଣ କରିଥିଲେ।ଏହି ଆକ୍ରମଣରେ ଗଙ୍ଗାଧର ସ୍ୱାଇଁ, ତାଙ୍କ ପତ୍ନୀ ଏବଂ ଝିଅ ଗୁରୁତର ଭାବେ ଆହତ ହୋଇଛନ୍ତି। ପରେ ସମ୍ପର୍କୀୟମାନେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛନ୍ତି। ଏନେଇ ପୀଡିତ ପରିବାର ପକ୍ଷରୁ ମାର୍ଶାଘାଇ ଥାନାରେ ଏତଲା ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି