ଲଗାଣ ବର୍ଷାରେ ଜଙ୍ଗଲ ଦଲଦଲରେ ଫସିଲେ ହାତୀ, ହାତୀ ଉପଦ୍ରବରେ ଭାଙ୍ଗିଲା ୨୫ରୁ ଉର୍ଦ୍ଧ ଘର
କେନ୍ଦୁଝର, ୩୦ ଜୁଲାଇ (ହି.ସ.) - ଦଲଦଲରେ ଫସିଲା ଦନ୍ତା ହାତୀ, ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା; କାରଣ ଯଦି ଦନ୍ତାହାତୀଟି ବହୁ କଷ୍ଟରେ ଏହି ଦଲଦଲ ପାର ହେଉଛି।ତେବେ ହାତୀପଲ କେତେ କଷ୍ଟରେ ଏହାକୁ ପାର କରିଥିବେ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଂଚଳର ଖିରେଇଟାଙ୍ଗିରି ସ
Elephant


କେନ୍ଦୁଝର, ୩୦ ଜୁଲାଇ (ହି.ସ.) - ଦଲଦଲରେ ଫସିଲା ଦନ୍ତା ହାତୀ, ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା; କାରଣ ଯଦି ଦନ୍ତାହାତୀଟି ବହୁ କଷ୍ଟରେ ଏହି ଦଲଦଲ ପାର ହେଉଛି।ତେବେ ହାତୀପଲ କେତେ କଷ୍ଟରେ ଏହାକୁ ପାର କରିଥିବେ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଂଚଳର ଖିରେଇଟାଙ୍ଗିରି ସେକ୍ସନ ଅନ୍ତର୍ଗତ ବାଉଁଶୁଳି ସଂରକ୍ଷିତ ଜଙ୍ଗଲରେ ।ଏକ ଦନ୍ତା ହାତୀ କାଦୁଅ ଦଲଦଲରେ ଫସି ରହିଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ କିଛି ବ୍ୟକ୍ତି ହାତୀକୁ ବାଡ଼ି ଦେଖାଇବା ଏବଂ ପଥର ଫିଙ୍ଗୁଥିବା ପରି ଦୃଶ୍ୟ ଦେଖିବାକୁ ମିଳୁଛି ।

ଏହାରି ମଧ୍ୟରେ ପାଟଣା ବନାଂଚଳର ଖିରେଇଟାଙ୍ଗିରି ସେକ୍ସନ ଅଂଚଳରେ ହାତୀ ଉପଦ୍ରବ ଜାରି ରହିଛି। ଗତ ରାତିରେ କଂଟିଆପଡ଼ା ଗାଁରେ ହାତୀପଲ ପଶି ୫ଟି ଘର ଭାଙ୍ଗିଥିବା ସୂଚନା ମିଳିଛି। ଏହାକୁ ମିଶାଇ ସମ୍ପ୍ରତି ,ପାଟଣା ବନାଂଚଳର ଖିରେଇଟାଙ୍ଗିରି ସେକ୍ସନରେ ୨୫ରୁ ଉର୍ଦ୍ଧ ଘର କ୍ଷତିଗ୍ରସ୍ତ ହୋଇଛି । ବର୍ତମାନ ଏହି ୧୯ ଟିକିଆ ହାତୀପଲ କଂଟିଆପଡ଼ା ଜଙ୍ଗଲରୁ ବାହାରି କଣ୍ଟିଆପଡା ଧରମ୍ ଘାଟି ଦେଇ ପଦ୍ମପୁର ପଟକୁ ମୁହାଁଇଛନ୍ତି ।ଏହି ଦଳରେ ୩ଟି ପୁରୁଷ ହାତୀ ,୮ଟି ମାଈ ହାତୀ ସହ ୮ଟି ଛୁଆ ହାତୀ ରହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande