
ଜୟପୁର, ୩୦ ଜୁଲାଇ (ହି.ସ.)- ଦେଶି ଓ ଭାଟି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ୩ଟି ସ୍ଥାନ ପଲକାପୁଟ, ନୁଆପୁଟ ଓ ତରଗେଇ ରେ ଚଢଉ କରିଛି । ଚଢଉ କରି ୩ ଅଭିଯୁକ୍ତଙ୍କ ସହ ବାଇକ, ସ୍ଲୁଟି ସହ ୧୬.୬ ଲିଟର ଭାଟି ମଦ, ୫୦ ଲିଟର ଦେଶି ମଦ ଜବତ କରିଛି । ସୂଚନା ଅନୁଯାୟୀ, ଭାଟି ମଦ ଚାଲାଣ ହେଉଥିବା ଖବର ପାଇ ତରଗେଇ ଗ୍ରାମର ରାସ୍ତାରେ ଚଢଉ କରି କୁମ ଭୁମିଆକୁ ଗିରଫ କରି ତା' ଠାରୁ ୧୬.୬ ଭାଟି ମଦ ଜବତ କରିଛି। ସେହିପରି ପଲକାପୁଟରେ ଚଢଉ କରି ବଡ ଓଜେଇ ଗ୍ରାମର ଲକ୍ଷ୍ମଣ ବାଘକୁ ଗିରଫ କରି ଅଭିଯୁକ୍ତ ଠାରୁ ୨୮ ଲିଟର ଦେଶି ମଦ ଓ ବାଇକକୁ ଜବତ କରିଛି । ସେହିପରି ନୁଆପୁଟରେ ଚଢଉ କରି କୁନ୍ତରଖାଲ ରବିନ୍ଦ୍ର ପରଜାକୁ ଗିରଫ କରି ଅଭିଯୁକ୍ତ ଠାରୁ ୨୨ ଲିଟର ଦେଶି ମଦ ଓ ସ୍କୁଟି କୁ ଜବତ କରିଛି । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି