ଶ୍ରୀ ଗୁରୁ ଗୋବିନ୍ଦ ସ୍ୱାମୀ ଭାଗବତ ଟୁଙ୍ଗିରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ
କେନ୍ଦୁଝର, ୩୦ ଜୁଲାଇ (ହି.ସ.) - ଘଟଗାଁ ବ୍ଲକ ଅନ୍ତର୍ଗତ ହଳଧରପୁର ଶ୍ରୀ ଗୁରୁ ଗୋବିନ୍ଦ ସ୍ୱାମୀ ଭାଗବତ ଟୁଙ୍ଗିରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ଭାଗବତ ଟୁଙ୍ଗି ମହନ୍ତ ମଦନ ମୋହନ ବେଜ ପରମ ଆରାଧ୍ୟ ଶ୍ରୀ ଗୁରୁଦେବଙ୍କ ପୂଜନ କରି ସଚ୍ଚିଦାନନ୍ଦ ସ୍ୱରୂପ
ଶ୍ରୀ ଗୁରୁ ଗୋବିନ୍ଦ ସ୍ୱାମୀ ଭାଗବତ ଟୁଙ୍ଗିରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ


କେନ୍ଦୁଝର, ୩୦ ଜୁଲାଇ (ହି.ସ.) - ଘଟଗାଁ ବ୍ଲକ ଅନ୍ତର୍ଗତ ହଳଧରପୁର ଶ୍ରୀ ଗୁରୁ ଗୋବିନ୍ଦ ସ୍ୱାମୀ ଭାଗବତ ଟୁଙ୍ଗିରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ଭାଗବତ ଟୁଙ୍ଗି ମହନ୍ତ ମଦନ ମୋହନ ବେଜ ପରମ ଆରାଧ୍ୟ ଶ୍ରୀ ଗୁରୁଦେବଙ୍କ ପୂଜନ କରି ସଚ୍ଚିଦାନନ୍ଦ ସ୍ୱରୂପ ଭଗବାନ ଶ୍ରୀକୃଷ୍ଣ, ଚତୁର୍ଦ୍ଧାମୂର୍ତି ମହାପ୍ରଭୁ ତଥା ଭାଗବତ ଭଗବାନଙ୍କ ପୂଜାର୍ଚ୍ଚନା କଲେ।ଏହାପରେ ଉପସ୍ଥିତ ଭକ୍ତ ବୃନ୍ଦ ଯଥା ବିଧି ସନ୍ଥ ପୂଜନ କଲେ । ସାଧୁ ଚୈତନ୍ୟ ଜୀବନ ଦାସ, ପଦ୍ମ କୃଷ୍ଣ ଦାସ ଓ ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କୁ ଫୁଲ ଚନ୍ଦନ ତଥା ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଚାର୍ଯ୍ୟ ଦାଶରଥି ପ୍ରଧାନ ଦେବର୍ଷି ନାରଦ ଓ ବ୍ୟାସଦେବଙ୍କ ସମ୍ବାଦ ପ୍ରସଙ୍ଗ ପାଠକରି ଭାଗବତ ମହାପୁରାଣର ପ୍ରଣୟନ ଏବଂ ଗୁରୁ ପୂର୍ଣ୍ଣିମା ଅବସରରେ ଗୁରୁ ପୂର୍ଣ୍ଣିମାର ତାତ୍ପର୍ଯ୍ୟ, ଗୁରୁ କିଏ, ଗୁରୁଙ୍କ ଆବଶ୍ୟକତା ଓ ଗୁରୁଙ୍କ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମନୁଷ୍ୟ ଜନ୍ମର ପରମ ଉଦ୍ଦେଶ୍ୟ ପରମାତ୍ମା ପ୍ରାପ୍ତି ଓ ପରମ କର୍ତବ୍ୟ ଭଗବତ୍ ଭଜନ ହୋଇଥିବାରୁ ସମସ୍ତେ ଭଜନ ପ୍ରତି ବିଶେଷ ତତ୍ପର ହେବା ପାଇଁ ସାଧୁ ଚୈତନ୍ୟ ଜୀବନ ଦାସ ଅନୁରୋଧ କରିଥିଲେ । ଆଶ୍ରମର ଅନ୍ତେବାସୀ ଚତୃଭୂଜ ରଣା, ଚନ୍ଦ୍ରକାନ୍ତ ବାରିକ,ପ୍ରଦୀପ ରଣା, ଘନଶ୍ୟାମ ପାତ୍ର,ବିଦ୍ୟାଧର ରଣା,ଭାସ୍କର ରଣା, ଜଗବନ୍ଧୁଙ୍କ ବେଜ, ସୈରେନ୍ଧ୍ରୀ ବେଜ, ସାବିତ୍ରୀ ବେଜ ଓ ବାସନ୍ତୀ ବେଜ ପ୍ରମୁଖ ଏବଂ ସୁନାପେଣ୍ଠ ଗ୍ରାମର ସୁରେନ୍ଦ୍ର ମହାନ୍ତ ତଥା ଅଯୋଧ୍ୟା ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande