
କେନ୍ଦ୍ରାପଡ଼ା, ୩୦ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ହାକଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ପୂର୍ବାହ୍ନରେ ପୀତବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର କୁମାର ପରିଡ଼ା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଜିଲ୍ଲାର ଉଚ୍ଚମାଧ୍ୟମିକ ବିଦ୍ୟାଳୟମାନଙ୍କ ମଧ୍ୟରୁ ୧୮ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଇଇଟି ଭୁବନେଶ୍ୱର ପ୍ରଫେସର ନରେଶ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବିଶ୍ୱରଂଜନ ପୁହାଣ, ସମ୍ମାନିତ ଅତିଥି ଭାବେ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଦମୟନ୍ତୀ ମହାରଣା ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ଚନ୍ଦ୍ର ପରିଡ଼ା ଯୋଗଦେଇ ପିଲାମାନେ କିପରି ନିଜ ନିଜ ଅଂଚଳର ସମସ୍ୟା ଓ ଏହାର ସମାଧାନ କରିବାରେ କିପରି ସକ୍ଷମ ହେବେ ସେବିଷୟରେ ଆଲୋକପାତ କରିଥିଲେ। ଏହି ପ୍ରକଳ୍ପ ପ୍ରଦର୍ଶନରେ ଶ୍ରଦ୍ଧାଞ୍ଜଳି ସ୍ୱାଇଁ ପ୍ରଥମ, ସାଇ ପ୍ରସାଦ ରାଉତ ଦ୍ୱିତୀୟ, ସାଇ ଆଶୁତୋଷ କୁଣ୍ଡୁ ତୃତୀୟ ସ୍ଥାନରେ ରହିଛନ୍ତି। ଏମାନଙ୍କ ପ୍ରକଳ୍ପଗୁଡ଼ିକ ରାଜ୍ୟସ୍ତରୀୟକୁ ମନୋନୀତ ହୋଇଛି। ପିତବାସ ପଣ୍ଡା ଧନ୍ୟବାଦ ଦେଇଥିବାବେଳେ ତନୁଶ୍ରୀ ପଣ୍ଡା ମଂଚ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି