ବାବା କଲ୍ୟାଣ ଦାସଙ୍କ ଟିଟିଲାଗଡ଼ ଶାଖାର ଶିଷ୍ୟଙ୍କ ଦ୍ୱାରା ପବିତ୍ର ଗୁରୁପୂର୍ଣ୍ଣିମା ପାଳନ
ବଲାଙ୍ଗୀର, ୩୦ ଜୁଲାଇ(ହି.ସ.) – ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ବାବା କଲ୍ୟାଣ ଦାସଙ୍କ ଟିଟିଲାଗଡ଼ ଶାଖାର ଶିଷ୍ୟଙ୍କ ଦ୍ୱାରା ସ୍ୱାଧୀନପଡ଼ା ସ୍ଥିତ ସମାଜ କଲ୍ୟାଣ ପରିଷଦ ଠାରେ ଗୁରୁପୂର୍ଣ୍ଣିମା ଅତି ଆନନ୍ଦରେ ପାଳିତ ହୋଇଯାଇଛି। ଅମରକଂଟକ ସ୍ଥିତ ପରମପୂଜ୍ୟ ପରମ ତପସ୍ୱୀ ଶ୍ରୀ ଶ୍ରୀ କଲ୍ୟାଣ ଦାଶ ବାବ
ବାବା କଲ୍ୟାଣ ଦାସଙ୍କ ଟିଟିଲାଗଡ ଶାଖାର ଶିଷ୍ୟଙ୍କ ଦ୍ୱାରାପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ


ବଲାଙ୍ଗୀର, ୩୦ ଜୁଲାଇ(ହି.ସ.) – ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ବାବା କଲ୍ୟାଣ ଦାସଙ୍କ ଟିଟିଲାଗଡ଼ ଶାଖାର ଶିଷ୍ୟଙ୍କ ଦ୍ୱାରା ସ୍ୱାଧୀନପଡ଼ା ସ୍ଥିତ ସମାଜ କଲ୍ୟାଣ ପରିଷଦ ଠାରେ ଗୁରୁପୂର୍ଣ୍ଣିମା ଅତି ଆନନ୍ଦରେ ପାଳିତ ହୋଇଯାଇଛି। ଅମରକଂଟକ ସ୍ଥିତ ପରମପୂଜ୍ୟ ପରମ ତପସ୍ୱୀ ଶ୍ରୀ ଶ୍ରୀ କଲ୍ୟାଣ ଦାଶ ବାବାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ଗୁରୁ ଭଜନ ପାଠ କରାଯାଇଥିଲା। ନିବେଦିତା ସରାଫ ଓ ଅରୁଣ ସାହୁ ଅତି ସୁନ୍ଦର ଗୁରୁ ବନ୍ଦନା ଗାନ କରିଥିଲେ। ପୂଜାର୍ଚ୍ଚନା କରିବା ପରେ ସମସ୍ତ ଭକ୍ତଙ୍କ ନିମନ୍ତେ ପ୍ରସାଦ ବିତରଣ କରାଯାଇଥିଲା। ଏହି ଅବସରରେ ସହର ତଥା ଆଖପାଖ ଅଂଚଳର ବହୁ କଲ୍ୟାଣ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଟିଟିଲାଗଡ଼ କଲ୍ୟାଣ ପରିବାରର ପ୍ରମୋଦ ସରାଫ, ପ୍ରଦୀପ ସାହୁ, ଅରୁଣ ସାହୁ, ପ୍ରକାଶ ସରାଫ, ଶୁରେନ୍ଦ୍ର ମାରୋଡ଼ିଆ, କାର୍ତିକ ମେହେର, ଅକ୍ଷୟ ବେହେରା, ଗୋଲାପ ସୋନୀ, ସୁଧୀର ଘଡ଼େଇ, ଅତୁଲ ସେଠ ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande