ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀଙ୍କ ଜଳବନ୍ଦୀ ଅଂଚଳ ପରିଦର୍ଶନ
ବଲାଙ୍ଗୀର, ୩୦ ଜୁଲାଇ(ହି.ସ.) – ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ବଲାଙ୍ଗୀର ଲୋଇସିଂହାର ବିଭିନ୍ନ ଅଂଚଳରେ ଅତ୍ୟଧିକ ବର୍ଷା ଯୋଗୁଁ ଜଳବନ୍ଦୀରେ ପ୍ରଭାବିତ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଙ୍କ ଜଳ ବନ୍ଦୀ ଅଂଚଳ ପରିଦର୍ଶନ


ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଙ୍କ ଜଳ ବନ୍ଦୀ ଅଂଚଳ ପରିଦର୍ଶନ


ବଲାଙ୍ଗୀର, ୩୦ ଜୁଲାଇ(ହି.ସ.) – ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ବଲାଙ୍ଗୀର ଲୋଇସିଂହାର ବିଭିନ୍ନ ଅଂଚଳରେ ଅତ୍ୟଧିକ ବର୍ଷା ଯୋଗୁଁ ଜଳବନ୍ଦୀରେ ପ୍ରଭାବିତ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଜଳବନ୍ଦୀ ଲୋକଙ୍କ ନିକଟରେ ପହଂଚି ସେମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି। ଗସ୍ତ ସମୟରେ ମନ୍ତ୍ରୀ ଜଳମଗ୍ନ ଅଂଚଳ ପାଦରେ ଚାଲି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ବିପଦପୂର୍ଣ୍ଣ ପରିସ୍ଥିତି ସତ୍ୱେ ସେ ପ୍ରଭାବିତ ଲୋକଙ୍କ ପାଖରେ ପହଂଚି ସେମାନଙ୍କ ଦୈନନ୍ଦିନ ସମସ୍ୟା, ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀ ପ୍ରଭାବିତ ଲୋକମାନେ ଯେପରି ସହାୟତାରୁ ବଂଚିତ ନହୁଅନ୍ତି, ସେଥିପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ସହ ସର୍ବଦା ଛିଡ଼ା ହୋଇ ରହିଛନ୍ତି ଏବଂ ସେମାନଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ଗସ୍ତ ସମୟରେ ଉପସ୍ଥିତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଥିଲେ। ପ୍ରଭାବିତ ଅଂଚଳରେ ପର୍ଯ୍ୟାପ୍ତ ପରିମାଣର ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ, ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଏବଂ ରୋଗ ନିରାକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମବାସୀମାନେ ମନ୍ତ୍ରୀଙ୍କୁ ନିଜ ମଧ୍ୟରେ ପାଇ ସେମାନଙ୍କ ବିଭିନ୍ନ ସମସ୍ୟା ଜଣାଇଥିଲେ। ମନ୍ତ୍ରୀ ସେମାନଙ୍କ ଅଭିଯୋଗ ଓ ଆବଶ୍ୟକତା ଧୈର୍ଯ୍ୟର ସହ ଶୁଣି ସମ୍ଭବ ଶୀଘ୍ର ସମାଧାନ ପାଇଁ ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ପୁଇଁତଲା ବ୍ଲକର କୁଳେରବାହାଳୀ, ଲସ୍ତଲା, ଲୋଇସିଂହା ବ୍ଲକର ସେମେଲମୁଣ୍ଡା, ଲୋଇସିଂହା, ଆଗଲପୁର ବ୍ଲକର ଡୁଙ୍ଗୁରିପାଲି, ରଫାଖାଳ, ବିନ୍ଧାପାଲି, କଣ୍ଠିପାଲି, ବାଇଗଣଖାରି ଛକ, ବାବୁଫାସଡ଼, ଲାଟସର ଗାଁ ବୁଲି ଦେଖିଛନ୍ତି। ତାଙ୍କର ଏହି ଗସ୍ତବେଳେ ଜିଲ୍ଲାପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande