ରାଜ୍ୟରେ ବନ୍ୟା ସ୍ଥିତି ବେଳେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନବୀନଙ୍କ ସମାଲୋଚନା
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ରାଜ୍ୟରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ବରିଷ୍ଠ ନେତା ମାନଙ୍କର ଦିଲ୍ଲୀ ଗସ୍ତକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ଏପରି ଗମ୍ଭୀର ସ୍ଥିତିରେ ସରକାର ସମ୍ବେଦନହୀନ ନ ହୋଇ ଲୋକଙ୍କ ସହିତ ଛିଡ଼ା ହ
np


ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ରାଜ୍ୟରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ବରିଷ୍ଠ ନେତା ମାନଙ୍କର ଦିଲ୍ଲୀ ଗସ୍ତକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ଏପରି ଗମ୍ଭୀର ସ୍ଥିତିରେ ସରକାର ସମ୍ବେଦନହୀନ ନ ହୋଇ ଲୋକଙ୍କ ସହିତ ଛିଡ଼ା ହୁଅନ୍ତୁ, ଲୋକଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ନବୀନ ଆହ୍ୱାନ ଦେଇଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ନବୀନ ଲେଖିଛନ୍ତି - ଓଡ଼ିଶାରେ ବନ୍ୟାର ବିଭୀଷିକା, ହେଲେ ଓଡ଼ିଶା ବିଜେପିର ନେତାମାନେ ଦିଲ୍ଲୀରେ ଭୋଜି କରୁଛନ୍ତି?

ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନ୍ୟାର ସ୍ଥିତି ଦେଖାଦେଇଥିବା ବେଳେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତା ତଥା ସାଂସଦମାନେ ଏବେ ଦିଲ୍ଲୀରେ। ଏପରି ଅସମୟରେ ନିଜ ଲୋକଙ୍କ ସୁରକ୍ଷାଠାରୁ ଅଧିକ ଗମ୍ଭୀର ବିଷୟ କ'ଣ ହୋଇପାରେ?

ବନ୍ୟା ପାଇଁ ମୟୂରଭଞ୍ଜ, ବାଲେଶ୍ୱରରୁ ନେଇ ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଆଦି ବିଭିନ୍ନ ଜିଲ୍ଲାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟାରେ ଏକାଧିକ ନିରୀହ ଜୀବନ ଯିବାର ଖବର ଆସିବା ମୋ ସହିତ ସମଗ୍ର ଓଡ଼ିଶାବାସୀଙ୍କୁ ମଧ୍ୟ ବ୍ୟଥିତ କରିଛି। ଏପରି ଅସମୟରେ ଲୋକଙ୍କ ସାଥିରେ ଦୃଢ଼ ଭାବେ ଛିଡ଼ା ହେବା ବଦଳରେ ସରକାରୀ ଅବହେଳାର ମାଳ ମାଳ ଅଭିଯୋଗ ଆସୁଛି।

ସବୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ 'ପ୍ରତିଟି ଜୀବନ ମୂଲ୍ୟବାନ' ହେଉଛି ଓଡ଼ିଶାର ମନ୍ତ୍ର। ଏହି ମନ୍ତ୍ରରେ ସବୁ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ଓଡ଼ିଶା ସାରା ବିଶ୍ୱରେ ସୁନାମ ଅର୍ଜନ କରିଥିଲା। ହେଲେ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନ କରି ଲୋକେ ନିର୍ବାଚିତ କରିଥିବା ପ୍ରତିନିଧିମାନେ ଲୋକଙ୍କ ହାତ ଛାଡ଼ିଦେବା ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛି।

ଏପରି ଗମ୍ଭୀର ସ୍ଥିତିରେ ସରକାର ସମ୍ବେଦନହୀନ ନ ହୋଇ ଲୋକଙ୍କ ସହିତ ଛିଡ଼ା ହୁଅନ୍ତୁ, ଲୋକଙ୍କୁ ସୁରକ୍ଷା ଦିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande