
କାଠମାଣ୍ଡୁ, ଜୁଲାଇ 30 (ହି.ସ)। ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ମିଳିତ ଜାତିସଂଘର ବାର୍ଷିକ ସାଧାରଣ ସଭାରେ ଯୋଗଦେବେ ନାହିଁ। ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ଶିଶିର ଖନଲ ସାଧାରଣ ସଭାରେ ଯୋଗଦେବା ପାଇଁ ନ୍ୟୁୟର୍କ ଯିବେ।
ଶାହାଙ୍କ ଅନିଚ୍ଛା ପରେ ଖନଲଙ୍କ ନ୍ୟୁୟର୍କ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ତାଙ୍କ ସହ ତାଙ୍କ ପତ୍ନୀ, ବୈଦେଶିକ ସଚିବ ଅମୃତ ରାୟ, ଯୁଗ୍ମ ସଚିବ କୃଷ୍ଣ ଢାକଲ ଏବଂ ଉପ ସଚିବ ଲୋଚନ ଖାନଲ ନ୍ୟୁୟର୍କ ଯିବେ। ଗୁଟନିରପେକ୍ଷ ଆନ୍ଦୋଳନର 65 ବର୍ଷ ପୂର୍ତ୍ତି ଉପଲକ୍ଷେ ଅଗଷ୍ଟ 31 ରୁ ସେପ୍ଟେମ୍ବର 1 ପର୍ଯ୍ୟନ୍ତ ସର୍ବିଆର ବେଲଗ୍ରେଡରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ସ୍ମାରକୀ ବୈଠକରେ ଖନଲ ନେପାଳର ପ୍ରତିନିଧିତ୍ୱ କରିବେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା