ନେପାଳର ସାମ୍ପ୍ରଦାୟିକ ଦଙ୍ଗାରେ ଆହତ ଆଉ ଜଣେ ଯୁବକଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ହେଲା ଦୁଇ
କାଠମାଣ୍ଡୁ, ୩୦ ଜୁଲାଇ (ହି.ସ.)- ନେପାଳର ସୁନସରୀ ଜିଲ୍ଲାର ଦେବାନଗଞ୍ଜରେ ସଶସ୍ତ୍ର ପୁଲିସ ବଳର ଗୁଳିରେ ଆହତ ହୋଇଥିବା ଆଉ ଜଣେ ଯୁବକଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହା ସହିତ ଦେବାନଗଞ୍ଜ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ି ଦୁଇରେ ପହଂଚିଛି। ମୋରଙ୍ଗ ପୁଲ
ନେପାଳର ସାମ୍ପ୍ରଦାୟିକ ଦଙ୍ଗାରେ ଆହତ ଆଉ ଜଣେ ଯୁବକଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ହେଲା ଦୁଇ


କାଠମାଣ୍ଡୁ, ୩୦ ଜୁଲାଇ (ହି.ସ.)- ନେପାଳର ସୁନସରୀ ଜିଲ୍ଲାର ଦେବାନଗଞ୍ଜରେ ସଶସ୍ତ୍ର ପୁଲିସ ବଳର ଗୁଳିରେ ଆହତ ହୋଇଥିବା ଆଉ ଜଣେ ଯୁବକଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହା ସହିତ ଦେବାନଗଞ୍ଜ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ି ଦୁଇରେ ପହଂଚିଛି।

ମୋରଙ୍ଗ ପୁଲିସର ସୂଚନା ଅଧିକାରୀ ଡିଏସପି ମକେନ୍ଦ୍ର କୁମାର ମିଶ୍ର ଗୁରୁବାର କହିଥିଲେ ଯେ ଦେବାନଗଞ୍ଜର ୨୨ ବର୍ଷୀୟ ଜୟପ୍ରକାଶ ମେହେତାଙ୍କର ବିରାଟନଗରସ୍ଥିତ ନ୍ୟୁରୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧:୨୪ରେ ମୃତ୍ୟୁ ଘଟିଛି। ଗୁଳି ଲାଗିବାରୁ ଜୟପ୍ରକାଶଙ୍କ ପେଟରେ ଗୁରୁତର ଆଘାତ ଲାଗିଥିଲା ଏବଂ ତାଙ୍କ ଅନ୍ତ୍ର ବାହାରକୁ ଆସିଯାଇଥିଲା। ସୋମବାର ତାଙ୍କର ଅପରେସନ କରାଯାଇଥିଲା, କିନ୍ତୁ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭେଂଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ପୁଲିସ ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହକୁ ହସ୍ପିଟାଲରେ ରଖାଯାଇଛି।

ରବିବାର ରାତିରେ ଦେବାନଗଞ୍ଜରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷକୁ ନିୟନ୍ତ୍ରଣ କରିବା ପାଇଁ ସଶସ୍ତ୍ର ପ୍ରହରୀ ଗୁଳି ଚଳାଇଥିଲେ। ଘଟଣାରେ ଆହତ ହୋଇଥିବା ଦେବାନଗଞ୍ଜର ୨୫ ବର୍ଷୀୟ ଓମପ୍ରକାଶ ମେହେତାଙ୍କର ସେହି ରାତିରେ ଚିକିତ୍ସା ପାଇଁ ନ୍ୟୁରୋ ହସ୍ପିଟାଲରେ ପହଂଚିବା ମାତ୍ରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଗୁଳି ଲାଗି ୨୧ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇସାରିଛି, ଯେତେବେଳେ ଅନ୍ୟ ଆଠଜଣଙ୍କର ବିରାଟନଗରସ୍ଥିତ ନ୍ୟୁରୋ ହସ୍ପିଟାଲ, ବିରାଟ ନର୍ସିଂ ହୋମ୍ ଏବଂ ନୋବେଲ ଶିକ୍ଷଣ ହସ୍ପିଟାଲରେ ଚିକିତ୍ସା ଚାଲିଛି।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande