
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୮ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୯ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ନୂଆପଡା ଜିଲ୍ଲାର ସିନାପାଲିରେ ସର୍ବାଧିକ ୧୬୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ବରଗଡ଼ ଜିଲ୍ଲାର ପାଇକମାଳରେ ୧୫୭.୫ ମି.ମି., ନୂଆପଡା ଜିଲ୍ଲାର ଖଡ଼ିଆଳରେ ୧୫୫.୦ ମି.ମି., ବୋଡେନରେ ୧୫୨.୦ ମି.ମି., ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ୧୩୫.୦ ମି.ମି., କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ୧୩୪.୦ ମି.ମି., ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ୧୨୫.୦ ମି.ମି., ନୂଆପଡା ଜିଲ୍ଲାର କୋମନାରେ ୧୧୯.୩ ମି.ମି., ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ୧୧୫.୨ ମି.ମି., ନୂଆପଡା ଜିଲ୍ଲାର ନୂଆପଡାରେ ୧୧୫.୦ ମି.ମି., କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ୧୧୧.୬ ମି.ମି., ବରଗଡ଼ ଜିଲ୍ଲାର ପଦମପୁରରେ ୧୦୩.୦ ମି.ମି. ଏବଂ ବଲାଙ୍ଗିର ଜିଲ୍ଲାର ବଙ୍ଗମୁଣ୍ଡାରେ ୯୭.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ