ପାଣି ନିଷ୍କାସନ ପାଇଁ ସଫା ହେଲା ନାଳ
ଭଦ୍ରକ, ୩୦ ଜୁଲାଇ (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥର ରାହାଞ୍ଜର ବାଇଶା ସାହି ଛକରେ ପାଂଚ ବର୍ଷ ହେବ ନାଳ ନିଷ୍କାସନ ଅଭାବରୁ ଟିକିଏ ବର୍ଷା ହେଲେ ଅଂଟାଏରୁ ଅଧିକ ଜମି ରହୁଥିଲା। ଯାହା ଫଳରେ କେବଳ ପାଦ ଚଲା ଯାତ୍ରୀ ନୁହଁନ୍ତି ଛୋଟ ଛୋଟ ବାଇକକୁ ବହୁ ଅସୁବିଧାର ସମ୍ମୁଖୀନ ହେ
PANI NISKASAN NALA SAFA


ଭଦ୍ରକ, ୩୦ ଜୁଲାଇ (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥର ରାହାଞ୍ଜର ବାଇଶା ସାହି ଛକରେ ପାଂଚ ବର୍ଷ ହେବ ନାଳ ନିଷ୍କାସନ ଅଭାବରୁ ଟିକିଏ ବର୍ଷା ହେଲେ ଅଂଟାଏରୁ ଅଧିକ ଜମି ରହୁଥିଲା। ଯାହା ଫଳରେ କେବଳ ପାଦ ଚଲା ଯାତ୍ରୀ ନୁହଁନ୍ତି ଛୋଟ ଛୋଟ ବାଇକକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏପରିକି ଚରମ୍ପା ଠାରୁ ରାଣୀତାଲ ଆସୁଥିବା ଯାତ୍ରୀ ଜାତୀୟ ରାଜପଥ ଲୋକାଲ ରାସ୍ତା ପରିବର୍ତେ ଜାତୀୟ ରାଜପଥର ରଙ୍ଗ ସାଇଡରେ ଆସିବାକୁ ପଡୁଛି। ଯାହା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା। ଯାହାକୁ ସମ୍ବାଦରେ ବାରମ୍ବାର ପ୍ରକାଶ ପରେ ବି ଜିଲ୍ଲା ପ୍ରଶାସନ ଏ ବିଷୟରେ କିଛି ବୁଝିବା ପରିବର୍ତେ ଏହା ଜାତୀୟ ରାଜପଥ କାର୍ଯ୍ୟ କହି ଏଡାଇ ଯାଉଥିଲା ହେଲେ ଆଜି ରାହାଞ୍ଜ ର ସମାଜସେବୀ ଦାମୋଦର ସାହୁ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଅବଗତ କରାଇଥିଲେ। ଶ୍ରୀ ମଲ୍ଲିକ ଏ ବିଷୟରେ ଜିଲ୍ଲପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟ ସମ୍ପାଦନା ପାଇଁ ଭଦ୍ରକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ପରେ ଗୋଷ୍ଟି ଉନ୍ନୟନ ଅଧିକରି ରଶ୍ମି ରଞ୍ଜନ ମଲ୍ଲିକ ଦୁଇଟି ଜେସିବି ଆଣି ରାସ୍ତାର ଦୁଇ ପାଖ ଡ୍ରେନ ସଫାର ବ୍ୟବସ୍ଥା କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁରହିଥିଲା। ଏଠାରେ ସ୍ମରଣଯୋଗ୍ୟ ଗତ ସପ୍ତାହ ତଳେ ରାଣୀତାଲ ବଜାରରେ ପାଣି ନିଷ୍କାସନ ପାଇଁ ଖୋଲା ଯାଇଥିବା ନାଳକୁ ସ୍ଥାନୀୟ ବ୍ୟବସୟୀ ପୋତି ଦେଇ ଥିବାରୁ ଆଗକୁ ପୁଣି ପାଣି ଜମିବ ସମସ୍ୟା ଦେଖା ଦେବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande