ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମାନଙ୍କ ବୈଠକ, ମୌସୁମୀ ଅଧିବେଶନ ପାଇଁ ରଣନୀତି ଉପରେ ଆଲୋଚନା
ନୂଆଦିଲ୍ଲୀ, ୩୦ ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂସଦ ଭବନରେ ଚାଲିଛି, ଯଦିଓ ବିରୋଧୀଙ୍କ ହଙ୍ଗାମା ପରେ ଲୋକସଭା ଏବଂ ରାଜ୍ୟସଭା ଗୁରୁବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି ବୈଠକରେ ସଂସଦୀୟ ରଣନ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମାନଙ୍କ ବୈଠକ, ମୌସୁମୀ ଅଧିବେଶନ ପାଇଁ ରଣନୀତି ଉପରେ ଆଲୋଚନା


ନୂଆଦିଲ୍ଲୀ, ୩୦ ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ମନ୍ତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂସଦ ଭବନରେ ଚାଲିଛି, ଯଦିଓ ବିରୋଧୀଙ୍କ ହଙ୍ଗାମା ପରେ ଲୋକସଭା ଏବଂ ରାଜ୍ୟସଭା ଗୁରୁବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି ବୈଠକରେ ସଂସଦୀୟ ରଣନୀତି ଏବଂ ଆଗାମୀ ବୈଧାନିକ ଏଜେଣ୍ଡା ଉପରେ ଆଲୋଚନା କରାଯାଉଛି ।

ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ନିର୍ମଳା ସୀତାରମନ, କିରେନ ରିଜିଜୁ, ଜେ. ପି. ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଅଛନ୍ତି । ଏହା ବ୍ୟତୀତ ସରକାରଙ୍କ କେତେକ ଅନ୍ୟ ବରିଷ୍ଠ ମନ୍ତ୍ରୀ ମଧ୍ୟ ଏହି ବୈଠକରେ ସାମିଲ୍ ଅଛନ୍ତି । ଏହି ବୈଠକର ମୁଖ୍ୟ ଏଜେଣ୍ଡା ହେଉଛି ସଂସଦର କାର୍ଯ୍ୟବାହିକୁ ସୂଚାରୁ ରୂପେ ଚଳାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କାର୍ଯ୍ୟକୁ ଆଗକୁ ନେବା ନେଇ ରଣନୀତି ପ୍ରସ୍ତୁତ କରିବା ।

ଉଲ୍ଲେଖନୀୟ କଥା ହେଉଛି, ବିରୋଧୀଙ୍କ କ୍ରମାଗତ ସ୍ଲୋଗାନ ଏବଂ ବିରୋଧ ଯୋଗୁଁ ମୌସୁମୀ ଅଧିବେଶନ ବାଧାପ୍ରାପ୍ତ ହୋଇଛି । ଗୁରୁବାର ଦିନ ମଧ୍ୟ ବିରୋଧୀ ଦଳମାନେ ପ୍ରଶ୍ନପତ୍ର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସରକାରଙ୍କୁ ଘେରାବନ୍ଦୀ କରି ଗୃହରେ ହଙ୍ଗାମା କରିଥିଲେ । ବିରୋଧୀ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉପସ୍ଥିତି ଦାବି କରିଥିଲେ, ଯାହାଫଳରେ ଉଭୟ ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା ।

ଏହି ବୈଠକରେ ସଂସଦୀୟ ରଣନୀତି ଉପରେ ବିଚାର-ବିମର୍ଶ ସହିତ ବିରୋଧୀଙ୍କ ବିରୋଧର ମୁକାବିଲା କରିବା ଏବଂ ବିଲ୍ ପାସ୍ କରିବାର ଯୋଜନା ଉପରେ ଆଲୋଚନା କରାଯାଉଛି । ଏହି ବୈଠକ ପରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ବୋଲି ଆଶା କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande