ପିଏମଏଫବିୱାଇ ପ୍ରଚାର ଭ୍ୟାନର ଶୁଭ ଉଦ୍ଘାଟନ
ନୂଆପଡ଼ା, ୩୦ ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମଏଫବିୱାଇ) ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଅଧିକରୁ ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାରେ ସଚେତନତା ଭ୍ୟାନର ଶୁଭ ଉଦ୍ଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ
Pnfby van udghatita nuapada


ନୂଆପଡ଼ା, ୩୦ ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମଏଫବିୱାଇ) ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଅଧିକରୁ ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାରେ ସଚେତନତା ଭ୍ୟାନର ଶୁଭ ଉଦ୍ଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତିରାଣୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ସଚେତନତା ଭ୍ୟାନର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସ୍କିମ ଅଫିସର ଆଭାସ ନାୟକ, ଦୀପାଶ୍ରୀ ମଣ୍ଡଳ, ବର୍ଷା ଆଜାଦ, ଏସବିଆଇ ଜେନେରାଲ ଇନସୁରେନ୍ସର ଜିଲ୍ଲା ସଂଯୋଜକ ଗୋବିନ୍ଦ ସା ଏବଂ ମିଥଲେଶ ସାହୁ ଉପସ୍ଥିତ ରହିଥିଲେ । ଏହି ସଚେତନତା ଭ୍ୟାନ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଗ୍ରାମ ପରିଦର୍ଶନ କରି କୃଷକମାନଙ୍କୁ ପିଏମଏଫବିୱାଇ ଯୋଜନାର ସଠିକ ସୂଚନା ପହଞ୍ଚାଇବା ସହ ଅଧିକରୁ ଅଧିକ କୃଷକଙ୍କୁ ଫସଲ ବୀମାରେ ଅନ୍ତର୍ଭୁକ୍ତ କରିବା ଦିଗରେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୃଷକମାନଙ୍କ ମଧ୍ୟରେ ଫସଲ ବୀମା ପ୍ରତି ସଚେତନତା ବୃଦ୍ଧି ପାଇବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିରୁ ଆର୍ଥିକ ସୁରକ୍ଷା ପାଇବାରେ ପିଏମଏଫବିୱାଇ ଯୋଜନା ଅଧିକ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande