ପୋଲିସର କଡ଼ା ନଜରରେ ମହାନଦୀର ଚାଉଁରପୁର ବ୍ରିଜ

ସମ୍ବଲପୁର,୩୦ ଜୁଲାଇ (ହି.ସ.) - ପ୍ରତି ବର୍ଷ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ଛାଡିବା ପରେ ମହାନଦୀ ଶଯ୍ୟାରେ ଏହି ଲୋଭନୀୟ ଦୃଶ୍ୟର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସମ୍ବଲପୁର ସହରାଂଚଳରେ ଥିବା ଚାଉଁରପୁର ବ୍ରିଜରେ ହଜାର ହଜାର ସଂଖ୍ୟାରେ ଲୋକ ମାନଙ୍କର ସମାଗମ ହୋଇଥାଏ । ମାତ୍ର ଏହି ଖୁସିର ମାହୋଲକୁ ଗତ କିଛି ବର୍ଷଧରି କିଛି ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ବିଶେଷ ଚାଉଁରପୁର ସେତୁକୁ 'ସୁଇସାଇଡ୍ ପଏଂଟ ଭାବେ ପରିଚିତ କରାଇ ଆସୁଥିଲେ । ଚଳିତ ବର୍ଷ ଜନୈକା ୧୪ ବର୍ଷର ନାବାଳିକା ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ କିଛି ଦିନର ବ୍ୟବଧାନରେ ଆଉଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଅଗ୍ନିଶମ ଓ ଓଡ୍ରାଫ ଟିମ୍ କେତେ ସମୟ ବ୍ୟବଧାନରେ ଉଦ୍ଧାର କରିପାରୁଛି ତାହା ଜାଣିବା ପାଇଁ ଚାଉଁରପୁର ବ୍ରିଜ୍ ରୁ ଡେଇଁ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରାଇଥିଲେ । ଚାଉଁରପୁର ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣାକୁ ନେଇ ବ୍ରିଜର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ା ଲଗାଇବା ପାଇଁ କିଛି ସଚେତନ ନାଗରିକ ଓ ବୁଦ୍ଧିଜୀବି ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଥିଲେ । ହେଲେ ମହାନଦୀ ଉପରେ ଏତେ ବଡ଼ ବ୍ରିଜର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡା ଲଗାଇବା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାରୁ ଏଥିନିମନ୍ତେ ଜନ ସଚେତନତା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ତଥାପି ସୁରକ୍ଷିତ ଭାବେ ଚାଉଁରପୁର ବ୍ରିଜରୁ ବନ୍ୟା ପାଣି ଦେଖି ଫେରିଯିବାରେ କୌଣସି କିଛି କଟକଣା ନଥିଲେ ମଧ୍ୟ, ଅନାବଶ୍ୟକ ଭାବେ ବ୍ରିଜ୍ ଉପରେ ଗାଡ଼ି ମୋଟର ରଖି ଆଡ୍ଡା ମାରିବା ଓ ସନ୍ଦେହ ଜନକ ଅବସ୍ଥାରେ କୌଣସି ବ୍ୟକ୍ତି ବିଶେଷ ଚିହ୍ନଟ ହେଲେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବେ ଚାଉଁରପୁର ବ୍ରିଜ୍ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିବା ଆରମ୍ଭ କରିଛି । ବ୍ରିଜ୍ ଉପରେ ଏକ ଇଆରଭି ଗାଡ଼ି ମୁତୟନ ରହିବା ସହ କିଛି ଦକ୍ଷ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରା ଯାଇଥିବା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande