ରାଷ୍ଟ୍ରପତି ଭବନର 'ଚେଞ୍ଜ ଅଫ୍ ଗାର୍ଡ' ସମାରୋହ ଅଗଷ୍ଟ ୧ ଏବଂ ୮ ତାରିଖରେ ଅନୁଷ୍ଠିତ ହେବ ନାହିଁ
ନୂଆଦିଲ୍ଲୀ, ୩୦ ଜୁଲାଇ (ହି.ସ.)- ସ୍ୱାଧୀନତା ଦିବସ ସମାରୋହର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭବନର ପରିସରରେ ଆୟୋଜିତ ହେବାକୁ ଥିବା ଆନୁଷ୍ଠାନିକ ଚେଞ୍ଜ ଅଫ୍ ଗାର୍ଡ ସମାରୋହ ଅଗଷ୍ଟ ୧ ଏବଂ ୮ ରେ ଅନୁଷ୍ଠିତ ହେବ ନାହିଁ । ଗୁରୁବାର ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞ
ରାଷ୍ଟ୍ରପତି ଭବନର 'ଚେଞ୍ଜ ଅଫ୍ ଗାର୍ଡ' ସମାରୋହ ଅଗଷ୍ଟ ୧ ଏବଂ ୮ ତାରିଖରେ ଅନୁଷ୍ଠିତ ହେବ ନାହିଁ


ନୂଆଦିଲ୍ଲୀ, ୩୦ ଜୁଲାଇ (ହି.ସ.)- ସ୍ୱାଧୀନତା ଦିବସ ସମାରୋହର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭବନର ପରିସରରେ ଆୟୋଜିତ ହେବାକୁ ଥିବା ଆନୁଷ୍ଠାନିକ ଚେଞ୍ଜ ଅଫ୍ ଗାର୍ଡ ସମାରୋହ ଅଗଷ୍ଟ ୧ ଏବଂ ୮ ରେ ଅନୁଷ୍ଠିତ ହେବ ନାହିଁ ।

ଗୁରୁବାର ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ସ୍ୱାଧୀନତା ଦିବସ ପାଳନ ପାଇଁ ରିହର୍ସାଲ୍ ହେତୁ ଉଭୟ ଦିନର ଚେଞ୍ଜ ଅଫ୍ ଗାର୍ଡ ସମାରୋହ ସ୍ଥଗିତ ରହିବ । ସାଧାରଣ ପରିସ୍ଥିତିରେ, ଏହି ସମାରୋହ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଅନୁଷ୍ଠିତ ହୁଏ, କିନ୍ତୁ ସ୍ୱାଧୀନତା ଦିବସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏକ ଅସ୍ଥାୟୀ ପରିବର୍ତନ କରାଯାଇଛି ।

ସ୍ୱାଧୀନତା ଦିବସ ସମାରୋହର ରିହର୍ସାଲ ଶେଷ ହେବା ପରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚେଞ୍ଜ ଅଫ୍ ଗାର୍ଡ ସମାରୋହ ପୁନର୍ବାର ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande