ସମ୍ବଲପୁର-କିସିଣ୍ଡା ମୁଖ୍ୟରାସ୍ତା ମରଣଯନ୍ତା, ମରାମତି ଦାବିରେ ଆନ୍ଦୋଳନ ଚେତାବନୀ

ସମ୍ବଲପୁର,୩୦ ଜୁଲାଇ (ହି.ସ.) - ସମ୍ବଲପୁର-କିସିଣ୍ଡା ମୁଖ୍ୟ ରାସ୍ତା ଦୀର୍ଘ ଦିନ ଧରି ଖାଲଖମାରେ ରହିଆସିଛି। ହେଲେ ଚଳିତ ଲଗାଣ ବର୍ଷାରେ ଏହି ରାସ୍ତା ଏବେ ମରଣଯନ୍ତା ପାଲଟି ଯାଇଛି । ଆଖପାଖ ଗ୍ରାମାଂଚଳରୁ ସମସ୍ତ ସଂଯୋଗୀ କରଣ ରାସ୍ତା ମୁଖ୍ୟରାସ୍ତା ସହ ସଂଯୋଗ ହେଉଥିବା ବେଳେ ମୁଖ୍ୟ ରାସ୍ତାରେ ବର୍ଷା ପାଣିର କୃତ୍ରିମ ହ୍ରଦ ସାଧାରଣ ଚଳାଚଳରେ ପ୍ରତିବନ୍ଧକ ସାଜିଛି । ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବା କେବଳ ଭାରିଯାନକୁ ଛାଡ଼ିଦେଲେ ଛୋଟଛୋଟ ଯାନବାହାନ ତଥା ବାଇକ୍ ଓ ସାଇକେଲରେ ଯାତାୟାତ ଅତ୍ୟନ୍ତ ବିପଦଜନକ ହୋଇପଡ଼ିଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଏହି ରାସ୍ତା ଦେଇ ଚଳାଚଳ କରୁଥିବା ବେଳେ ଖାଲଖମା କାରଣରୁ ବାରମ୍ବାର ଦୁର୍ଘଟଣା ଘଟିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀ, ଦୁଇଚକିଆ ଚାଳକ ଓ ସ୍ଥାନୀୟ ବ୍ୟବସାୟୀମାନେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ରାସ୍ତା ସମସ୍ୟା ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ମଧ୍ୟ ରାସ୍ତା ମରାମତି ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ସ୍କୁଲ୍ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନାକୁ ଯିବାପାଇଁ ସାଧାରଣ ରୋଗୀ ଓ ପ୍ରସୂତି ରୋଗୀଙ୍କ ପାଇଁ ଏହିରାସ୍ତା ଏକ ମରଣଯନ୍ତା ପାଲଟିଛି । ଏଥିପାଇଁ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ରାସ୍ତାର ମରାମତି କରାନଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଲୋକେ କଡ଼ା ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande