ବେକାର ଯୁବକ ଓ ଯୁବତୀଙ୍କ ପାଇଁ ସୁରକ୍ଷା ସେବା କ୍ଷେତ୍ରରେ ତାଲିମ ଓ ନିଯୁକ୍ତି ନିମନ୍ତେ ପଞ୍ଜୀକରଣ ଏବଂ ପରାମର୍ଶ ଶିବିର
କେନ୍ଦ୍ରାପଡ଼ା, ୩୦ ଜୁଲାଇ(ହି.ସ.) – ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି କାର୍ୟ୍ୟାଳୟ, କେନ୍ଦ୍ରାପଡ଼ା ପକ୍ଷରୁ ସିକ୍ୟୁରିଟି ଆଣ୍ଡ ଇଂଟେଲିଜେନ୍ସ ସର୍ଭିସେସ(ଏସ୍ଆଇଏସ୍) ଇଣ୍ଡିଆ ଲିମିଟେଡ୍, ଚୌଦ୍ୱାର, କଟକର ସହଯୋଗରେ ଜିଲ୍ଲାର ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ ସୁରକ୍ଷା ସେବା କ୍ଷେତ୍ରରେ ତାଲିମ
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ସୁରକ୍ଷା ସେବା କ୍ଷେତ୍ରରେ ତାଲିମ ଓ ନିଯୁକ୍ତି ନିମନ୍ତେ ପଞ୍ଜୀକରଣ ଏବଂ ପରାମର୍ଶ ଶିବିର


କେନ୍ଦ୍ରାପଡ଼ା, ୩୦ ଜୁଲାଇ(ହି.ସ.) – ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି କାର୍ୟ୍ୟାଳୟ, କେନ୍ଦ୍ରାପଡ଼ା ପକ୍ଷରୁ ସିକ୍ୟୁରିଟି ଆଣ୍ଡ ଇଂଟେଲିଜେନ୍ସ ସର୍ଭିସେସ(ଏସ୍ଆଇଏସ୍) ଇଣ୍ଡିଆ ଲିମିଟେଡ୍, ଚୌଦ୍ୱାର, କଟକର ସହଯୋଗରେ ଜିଲ୍ଲାର ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ ସୁରକ୍ଷା ସେବା କ୍ଷେତ୍ରରେ ତାଲିମ ଓ ନିଯୁକ୍ତି ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ବ୍ଲକ ସ୍ତରୀୟ ପଞ୍ଜୀକରଣ ଏବଂ ପରାମର୍ଶ ଶିବିର ଆୟୋଜନ କରାଯିବ। ଚୟନିତ ପ୍ରାର୍ଥୀମାନଙ୍କୁ ଏସ୍ଆଇଏସ୍ର ଆଂଚଳିକ ତାଲିମ ଏକାଡେମୀ, ଚୌଦ୍ୱାର ଠାରେ ସୁରକ୍ଷା ସେବା ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବା ସହ ସେମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ। ଏହି ପରାମର୍ଶ ଓ ପଞ୍ଜୀକରଣ ଶିବିରଗୁଡ଼ିକ ସମ୍ପୃକ୍ତ ବ୍ଲକ କାର୍ଯ୍ୟାଳୟ ପରିସରରେ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ୦୩ ଅଗଷ୍ଟ ୨୦୨୬ – ରାଜକନିକା ବ୍ଲକ କାର୍ଯ୍ୟାଳୟ, - ୦୪ ଅଗଷ୍ଟ ୨୦୨୬ – ରାଜନଗର ବ୍ଲକ କାର୍ଯ୍ୟାଳୟ, - ୦୫ ଅଗଷ୍ଟ ୨୦୨୬ – ଆଳି ବ୍ଲକ କାର୍ଯ୍ୟାଳୟ,- ୦୬ ଅଗଷ୍ଟ ୨୦୨୬ – ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ,- ୦୭ ଅଗଷ୍ଟ ୨୦୨୬ – ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ, - ୧୦ ଅଗଷ୍ଟ ୨୦୨୬ – ଗରଦପୁର ବ୍ଲକ କାର୍ଯ୍ୟାଳୟ,- ୧୧ ଅଗଷ୍ଟ ୨୦୨୬ – ଡେରାବିଶ ବ୍ଲକ କାର୍ଯ୍ୟାଳୟ,- ୧୨ ଅଗଷ୍ଟ ୨୦୨୬ – ମାର୍ଶାଘାଇ ବ୍ଲକ କାର୍ଯ୍ୟାଳୟ,- ୧୩ ଅଗଷ୍ଟ ୨୦୨୬ – କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟ, ଜିଲ୍ଲାର ଆଗ୍ରହୀ ବେକାର ଯୁବକ ଓ ଯୁବତୀମାନଙ୍କୁ ଏହି ଶିବିରରେ ଯୋଗଦେଇ ତାଲିମ ଓ ନିଯୁକ୍ତିର ସୁଯୋଗର ସଦ୍ୱ୍ୟବହାର କରିବାକୁ ଅନୁରୋଧ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande