ବନ୍ୟାଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି
ବଲାଙ୍ଗିର, ୩୦ ଜୁଲାଇ (ହି.ସ.)- ଗନ୍ଧରଲା ଅଞ୍ଚଳରେ ବନ୍ୟାଜଳରେ ଫସିରହିଥିବା ୧୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୯ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ବାକି ୪ ଜଣ ବ୍ୟକ୍ତି ସୁନ୍ଧିମୁଣ୍ଡା ଏବଂ କାନ୍ଧ୍ରା ଅଞ୍ଚଳରେ ଫସିରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବର୍ତ୍ତମାନ ଜୋରଦାର ଅଭିଯା
ବନ୍ୟାଜଳରେ ଫସିଥିବା ଲୋକଙ୍କର ସଫଳ ଉଦ୍ଧାର କାର୍ଯ୍ୟ ଜାରି


ବନ୍ୟାଜଳରେ ଫସିଥିବା ଲୋକଙ୍କର ସଫଳ ଉଦ୍ଧାର କାର୍ଯ୍ୟ ଜାରି


ବଲାଙ୍ଗିର, ୩୦ ଜୁଲାଇ (ହି.ସ.)- ଗନ୍ଧରଲା ଅଞ୍ଚଳରେ ବନ୍ୟାଜଳରେ ଫସିରହିଥିବା ୧୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୯ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ବାକି ୪ ଜଣ ବ୍ୟକ୍ତି ସୁନ୍ଧିମୁଣ୍ଡା ଏବଂ କାନ୍ଧ୍ରା ଅଞ୍ଚଳରେ ଫସିରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବର୍ତ୍ତମାନ ଜୋରଦାର ଅଭିଯାନ ଜାରି ରହିଛି।

ଏହି ଉଦ୍ଧାର କାର୍ଯ୍ୟରେ ଟିଟିଲାଗଡ଼ର ଅଗ୍ନିଶମ ଅଧିକାରୀ ଏବଂ ତାଙ୍କ ଟିମ୍ ର ସ୍ୱତନ୍ତ୍ର ସହଯୋଗ କ୍ରମେ ସୁନ୍ଧିମୁଣ୍ଡା ଅଞ୍ଚଳରୁ ବ୍ୟକ୍ତିମାନଙ୍କୁ କୁଶଳର ସହିତ ଉଦ୍ଧାର କରାଯାଇଛି। ପ୍ରଶାସନ, ଓଡ଼୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ଏକ ବଡ଼ ଧରଣର ବିପଦ ଏଡ଼ାଯାଇପାରିଛି।

ଫସିରହିଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande