ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଭୁବନେଶ୍ୱର, 30 ଜୁଲାଇ (ହି.ସ.) ସମାଜର ହିତ ସାଧନକୁ ଦୃଷ୍ଟିରେ ରଖି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍, କ୍ୟାମ୍ପସ -୧ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ଗୁରୁବାର ଏକ ବିଶାଳ ନିଶୁଳ୍ପ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ଆଇଏମ୍ଏସ ଆଣ୍ଡ ସମ ହସ୍ପିଟା
ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ


ଭୁବନେଶ୍ୱର, 30 ଜୁଲାଇ (ହି.ସ.)

ସମାଜର ହିତ ସାଧନକୁ ଦୃଷ୍ଟିରେ ରଖି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍, କ୍ୟାମ୍ପସ -୧ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ଗୁରୁବାର ଏକ ବିଶାଳ ନିଶୁଳ୍ପ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି ।

ଆଇଏମ୍ଏସ ଆଣ୍ଡ ସମ ହସ୍ପିଟାଲ୍ ଓ ଭୁବନେଶ୍ୱର ବାର୍ ଆସୋସିଏସନ୍ ୱେଲଫେୟାର ଟ୍ରଷ୍ଟର ମିଳିତ ସହଯୋଗରେ ଆଇନଜୀବି ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଏହି ବିଶାଳ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ବାର ଆସୋସିଏସନ୍ର ପ୍ରାୟ ୧୦୦୦ ସଦସ୍ୟ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି ବୋଲି ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ସୂଚନା ଦେଇଛନ୍ତି ।

ଏହି ସ୍ୱାସ୍ଥ୍ୟ ଶିବିର ନିମନ୍ତେ ଶ୍ରୀ ଦାସ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ର କର୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଶ୍ରୀ ଦାସ କହିଥିଲେ ଯେ ଆଇନଜୀବି ମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନେକ ଚାପରେ ରହୁଛନ୍ତି ତେଣୁ ସେମାନଙ୍କର ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାର ଆବଶ୍ୟକତା ରହିଛି ।

ଏହି ଅବସରରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ୱେଲଫେୟାର ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ମାନସ ମହାପାତ୍ର ଓ ଭୁବନେଶ୍ୱର ବାର୍ ଆସୋସିଏସନ୍ର ସମ୍ପାଦକ ଶ୍ରୀ ସୁମନ୍ ରାଉତରାୟ ଉପସ୍ଥିତ ରହି ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଏହି ସ୍ୱାସ୍ଥ୍ୟ ଶିବିରରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ୍-୧ର ଭେଷଜ, ଅସ୍ଥିମଜ୍ଜା, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ, ଦନ୍ତ ଓ ଚର୍ମ ବିଭାଗର ୩୦ ଜଣ ଡାକ୍ତର ଯୋଗ ଦେଇ ଆଇନଜୀବିମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande