ଖରସ୍ରୋତାରେ ପ୍ରବଳ ବନ୍ୟା, କୋରାଇର ତିନି ପଂଚାୟତ ପ୍ରଭାବିତ
କୋରାଇ, ୩୦ ଜୁଲାଇ(ହି.ସ.)- ବୈତରଣୀରେ ବନ୍ୟାର ପ୍ରକୋପ କମିଥିବାବେଳେ ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରର ଆଁ ଭିତରେ କୋରାଇ ବ୍ଲକର ତିନି ପଂଚାୟତ ତଣ୍ଡରା, ବଡ଼ବିରୁହାଁ ଓ ଗୋଳେଇପୁର ପଂଚାୟତ ଗଭୀର ଭାବେ ପ୍ରଭାବିତ ହୋଇଛି। ତଣ୍ଡରା ପଂଚାୟତର ବରେଇ ଓ ଫିରୋଜାବାଦ ଗ୍ରାମକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଥ
ଖରସ୍ରୋତାରେ ପ୍ରବଳ ବନ୍ୟା, କୋରାଇର ତିନି ପଂଚାୟତ ପ୍ରଭାବିତ


କୋରାଇ, ୩୦ ଜୁଲାଇ(ହି.ସ.)- ବୈତରଣୀରେ ବନ୍ୟାର ପ୍ରକୋପ କମିଥିବାବେଳେ ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରର ଆଁ ଭିତରେ କୋରାଇ ବ୍ଲକର ତିନି ପଂଚାୟତ ତଣ୍ଡରା, ବଡ଼ବିରୁହାଁ ଓ ଗୋଳେଇପୁର ପଂଚାୟତ ଗଭୀର ଭାବେ ପ୍ରଭାବିତ ହୋଇଛି। ତଣ୍ଡରା ପଂଚାୟତର ବରେଇ ଓ ଫିରୋଜାବାଦ ଗ୍ରାମକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ବଡ଼ବିରୁହାଁ ପଂଚାୟତର ଅନେକ ଗ୍ରାମରେ ପାଣି ପଶିଛି। ସେହିପରି ଗୋଳେଇପୁର ପଂଚାୟତର ଟିକର, ମକୁନ୍ଦିବିନ୍ଧା(ବଡ଼ତ୍ରୀଲୋଚନପୁର) ତେଲିଆ, କେଉଟନଗୁଆଁ, ମିର୍ଜ୍ଜାପୁର, ମସୁଦପୁର ଗ୍ରାମ ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇଛି। ଉକ୍ତ ଗ୍ରାମଗୁଡ଼ିକ ବନ୍ୟା ପାଣିଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ତଣ୍ଡରା ପଂଚାୟତରେ ତିନିଟି ଘରର କାନ୍ଥ ଭାଙ୍ଗି ଯାଇଥିବାବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ପରିବାରକୁ ଅସ୍ଥାୟୀ ଭାବେ ପଲିଥିନ ଯୋଗାଇ ଦିଆଯାଇଛି। ପାଣିକୋଇଲି ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ଗୋଳେଇପୁର ପଂଚାୟତର ସରପଂଚ ସସ୍ମିତା ମାଝୀ, ତଣ୍ଡରା ସରପଂଚ ମାମୁନୀ ମହାନ୍ତି, ବଡ଼ବିରୁହାଁ ସରପଂଚ ତପନ କୁମାର ମାଝୀଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ବନ୍ୟା ପରିଚାଳନାରେ ସହଯୋଗ କରୁଛନ୍ତି। କିଛି ଲୋକମାନେ ଜଳଘେରରୁ ବାହାରି ରାସ୍ତା କଡ଼ରେ ଗୃହପାଳିତ ପଶୁମାନଙ୍କୁ ନେଇ ରହୁଛନ୍ତି। ମକୁନ୍ଦବିନ୍ଧା ଓ ଟିକର ପୋଲ ତଳ ଆ୍ୟୟସ୍ଥଳ ପାଲଟିଛି। ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ମନ୍ଦିର ସବୁ ପାଣିରେ ବୁଡ଼ି ରହିଛି। ବିଶେଷ କରି ପନିପରିବା ଚାଷ ସମ୍ପୂର୍ଣ୍ଣ ପ୍ରଭାବିତ ହେବା ସହ ଧାନ ତଳି ବୁଡ଼ିଥିବାରୁ ପଚି ଯିବାର ସମ୍ଭାବନା ରହିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ବିପନ୍ନ ପରିବାର ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande