ଜର୍ସିର ଭଗବା ରଙ୍ଗକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କହିଲା- ଖେଳାଳି ଏବଂ କୋଚମାନଙ୍କର ପ୍ରାଯୁକ୍ତିକ ପରାମର୍ଶ ଆଧାରରେ ନିଷ୍ପତି
ନୂଆଦିଲ୍ଲୀ, ୩୦ ଜୁଲାଇ (ହି.ସ.)- ଏଫ୍ଆଇଏଚ୍ ହକି ବିଶ୍ୱକପ୍ ପାଇଁ ଭାରତୀୟ ହକି ଦଳମାନଙ୍କର ନୂଆ ଭଗବା (କେଶରିଆ) ଜର୍ସିକୁ ନେଇ ଉଠିଥିବା ପ୍ରଶ୍ନମାନଙ୍କ ମଧ୍ୟରେ ହକି ଇଣ୍ଡିଆ ଗୁରୁବାର ଏକ ଆଧିକାରିକ ବିବୃତି ଜାରି କରି ସ୍ପଷ୍ଟ କରିଛି ଯେ, ଜର୍ସିର ରଙ୍ଗରେ ପରିବର୍ତନ ଖେଳାଳି ଓ ସହଯୋଗୀ କର୍ମଚାରୀଙ
ଜର୍ସିର ଭଗବା ରଙ୍ଗକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କହିଲା- ଖେଳାଳି ଏବଂ କୋଚମାନଙ୍କର ପ୍ରାଯୁକ୍ତିକ ପରାମର୍ଶ ଆଧାରରେ ନିଷ୍ପତି


ନୂଆଦିଲ୍ଲୀ, ୩୦ ଜୁଲାଇ (ହି.ସ.)- ଏଫ୍ଆଇଏଚ୍ ହକି ବିଶ୍ୱକପ୍ ପାଇଁ ଭାରତୀୟ ହକି ଦଳମାନଙ୍କର ନୂଆ ଭଗବା (କେଶରିଆ) ଜର୍ସିକୁ ନେଇ ଉଠିଥିବା ପ୍ରଶ୍ନମାନଙ୍କ ମଧ୍ୟରେ ହକି ଇଣ୍ଡିଆ ଗୁରୁବାର ଏକ ଆଧିକାରିକ ବିବୃତି ଜାରି କରି ସ୍ପଷ୍ଟ କରିଛି ଯେ, ଜର୍ସିର ରଙ୍ଗରେ ପରିବର୍ତନ ଖେଳାଳି ଓ ସହଯୋଗୀ କର୍ମଚାରୀଙ୍କ ସୁପାରିଶ ଏବଂ ବିସ୍ତୃତ ଆଲୋଚନା ପରେ କରାଯାଇଛି। ସଂସ୍ଥା କହିଛି ଯେ, ଏହି ନିଷ୍ପତିର ମୁଖ୍ୟ ଆଧାର ପ୍ରାଯୁକ୍ତିକ ଆବଶ୍ୟକତା ଥିଲା, ଅନ୍ୟ କୌଣସି କାରଣ ନୁହେଁ।

ହକି ଇଣ୍ଡିଆ ଅନୁସାରେ, ଖେଳାଳି ଏବଂ କୋଚିଂ ଷ୍ଟାଫ ଅନୁଭବ କରିଥିଲେ ଯେ ପାରମ୍ପରିକ ନୀଳ ଜର୍ସି ଆନ୍ତର୍ଜାତୀୟ ହକିରେ ପ୍ରଚଳିତ ନୀଳ ସିନ୍େଥଟିକ୍ ଟର୍ଫ ସହ ବହୁ ପରିମାଣରେ ମେଳ ଖାଉଛି। ଏହା ଫଳରେ ଖେଳାଳିମାନଙ୍କୁ ମଇଦାନରେ ପରସ୍ପରଙ୍କୁ ଚିହ୍ନିବା ଏବଂ ଦୃଶ୍ୟ ସ୍ପଷ୍ଟତା ବଜାୟ ରଖିବାରେ ଅସୁବିଧା ହେଉଥିଲା। ସେହି କାରଣରୁ ଖେଳାଳି ଓ କୋଚମାନେ ହଳଦିଆ କିମ୍ବା କେଶରିଆ ରଙ୍ଗ ପରି ବିକଳ୍ପ ସୁପାରିଶ କରିଥିଲେ।

ବିବୃତିରେ କୁହାଯାଇଛି ଯେ, ସମସ୍ତ ପ୍ରସ୍ତାବ ଉପରେ ବିଚାର କରିବା ପରେ କେଶରିଆ ରଙ୍ଗକୁ ଚୂଡ଼ାନ୍ତ କରାଯାଇଛି। ଏହି ରଙ୍ଗ କେବଳ ପ୍ରାଯୁକ୍ତିକ ଦୃଷ୍ଟିରୁ ଉପଯୁକ୍ତ ନୁହେଁ, ବରଂ ଭାରତୀୟ ଜାତୀୟ ପତାକାର ତିନୋଟି ରଙ୍ଗ ମଧ୍ୟରୁ ଗୋଟିଏ ହୋଇଥିବାରୁ ସାହସ, ତ୍ୟାଗ ଏବଂ ଜାତୀୟ ଗୌରବର ମଧ୍ୟ ପ୍ରତୀକ ଅଟେ।

ହକି ଇଣ୍ଡିଆ ସ୍ପଷ୍ଟ କରିଛି ଯେ, ଜାତୀୟ ଦଳର ଜର୍ସିର ରଙ୍ଗରେ ପରିବର୍ତନ କୌଣସି ନୂଆ କଥା ନୁହେଁ। ସମୟ ସମୟରେ ବ୍ୟବହାରିକ ଏବଂ ପ୍ରାଯୁକ୍ତିକ ଆବଶ୍ୟକତା ଅନୁଯାୟୀ ଦଳର ଜର୍ସିରେ ପରିବର୍ତନ କରାଯାଇ ଆସୁଛି। ଉଦାହରଣ ସ୍ୱରୂପ, ୨୦୧୪ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ସମୟରେ ଭାରତୀୟ ଦଳ ହଳଦିଆ ରଙ୍ଗର ଜର୍ସି ପିନ୍ଧିଥିଲା, ଯେତେବେଳେ ୨୦୧୮ ଏଫ୍ଆଇଏଚ୍ ହକି ବିଶ୍ୱକପ୍ରେ ଦଳର ଜର୍ସିର ରଙ୍ଗ ଆକାଶୀ ନୀଳ ରଖାଯାଇଥିଲା ଏବଂ ଏହାର ଡିଜାଇନ୍ ମଧ୍ୟ ସମ୍ପୂର୍ଣ୍ଣ ବଦଳାଯାଇଥିଲା।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande