
ନୂଆଦିଲ୍ଲୀ, ୩୦ ଜୁଲାଇ (ହି.ସ.) - ଭାରତୀୟ ରେଳ ଦକ୍ଷିଣ ମଧ୍ୟ ରେଳର ୱାଡି-ରାୟଚୂର ରେଳଖଣ୍ଡରେ ୨୨୦ କୋଟି ଟଙ୍କା ବ୍ୟୟରେ ବିଦ୍ୟୁତ୍ ଯୋଗାଣ (ଇଲେକ୍ଟ୍ରିକ୍ ଟ୍ରାକ୍ସନ୍) ପ୍ରଣାଳୀର ଉନ୍ନତିକରଣ ପାଇଁ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପ ଅଧୀନରେ ୧୦୨ କିଲୋମିଟର ଲମ୍ବା ଦୁଇଟି ରେଳ ଲାଇନ୍ ଥିବା ଏହି ଖଣ୍ଡରେ ବର୍ତମାନର ୨୫ କେଭି ଟ୍ରାକ୍ସନ୍ ପ୍ରଣାଳୀକୁ ଆଧୁନିକ ୨୍ଠ୨୫ କେଭି ପ୍ରଣାଳୀରେ ପରିବର୍ତନ କରାଯିବ।
ରେଳ ମନ୍ତ୍ରାଳୟ ଗୁରୁବାର କହିଛି ଯେ ୱାଡି-ରାୟଚୂର ରେଳଖଣ୍ଡ ସେହି ଉଚ୍ଚ ଘନତା ବିଶିଷ୍ଟ ପ୍ରମୁଖ ରେଳ ମାର୍ଗର ଅଂଶ, ଯାହା ମୁମ୍ବାଇ, ପୁଣେ, ୱାଡି, ରାୟଚୂର, କଡ଼ପ୍ପା, ଏବଂ ଚେନ୍ନାଇକୁ ସଂଯୋଗ କରେ। ନୂଆ ଟ୍ରାକ୍ସନ୍ ପ୍ରଣାଳୀ ଲାଗୁ ହେବା ପରେ ଏହି ମାର୍ଗରେ ଅଧିକ ସଂଖ୍ୟକ ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍ ସହଜରେ ଚଳାଚଳ କରିପାରିବ। ଏହା ଫଳରେ ଟ୍ରେନ୍ ପରିଚାଳନା ଅଧିକ ସୁଚାରୁ ହେବ ଏବଂ ରେଳ ସେବାର କ୍ଷମତା ମଧ୍ୟ ବୃଦ୍ଧି ପାଇବ।
ରେଳ ବିଭାଗର କହିବା ଅନୁଯାୟୀ, ଦେଶର ବ୍ୟସ୍ତ ରେଳ ମାର୍ଗଗୁଡ଼ିକରେ ଭିତିଭୂମିକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତର ବଢ଼ୁଥିବା ଆବଶ୍ୟକତା ଅନୁରୂପ ରେଳ ନେଟୱର୍କକୁ ଆଧୁନିକ କରିବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ