ବନ୍ୟା ବିପନ୍ନ ପରିବାର ନିକଟରେ ପଂହଚି ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର
ଧର୍ମଶାଳା,୩୦ ଜୁଲାଇ(ହି.ସ.) - ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛିା । ନଦୀରେ ବନ୍ୟା ଜଳ ଯୋଗୁଁ ଅନେକ ସ୍ଥାନରେ ନଦୀର ମୁଖ୍ୟ ବନ୍ଧ ଓ ଘେରି ବନ୍ଧ ଭାଙ୍ଗି ଯାଇଛି । ଫଳରେ ଲୋକେ ଜଳବନ୍ଦୀ ହେବା ସହିତ ଲୋକେ ଘର ଛାତ,ସ୍କୁଲ ଗୃହ ଓ ନଦୀ ବନ୍ଧ ଉପରେ ଆ
ବନ୍ୟା ବିପନ୍ନ ପରିବାର ନିକଟରେ ପଂହଚି ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର


ଧର୍ମଶାଳା,୩୦ ଜୁଲାଇ(ହି.ସ.) - ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛିା । ନଦୀରେ ବନ୍ୟା ଜଳ ଯୋଗୁଁ ଅନେକ ସ୍ଥାନରେ ନଦୀର ମୁଖ୍ୟ ବନ୍ଧ ଓ ଘେରି ବନ୍ଧ ଭାଙ୍ଗି ଯାଇଛି । ଫଳରେ ଲୋକେ ଜଳବନ୍ଦୀ ହେବା ସହିତ ଲୋକେ ଘର ଛାତ,ସ୍କୁଲ ଗୃହ ଓ ନଦୀ ବନ୍ଧ ଉପରେ ଆଶ୍ରୟ ନେଉଛନ୍ତି । ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଝାଲପଡା ପଂଚାୟତ ଝାଲପଡା ନିକଟରେ ଘେରୀ ବନ୍ଧ ବୁଡିବା ଓ ବନ୍ଧଡିହ ପଂଚାୟତ କନ୍ଦିଆ ନିକଟରେ ଘେରୀ ବନ୍ଧରେ ୨ଟି ଘାଇ ସୃଷ୍ଟି ହୋଇଥିଲା । ଫଳରେ ଲେକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ସେମାନଙ୍କ ନିକଟରେ ପଂହଚି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଖବର ପାଇ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଆଜି ଅପରାହ୍ନରେ ଝାଲପଡା ଓ ବନ୍ଧଡିହ ଅଂଚଳରେ ପଂହଚି ବନ୍ୟା ବିପନ୍ନ ପରିବାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ । ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା କରା ଯାଇ ନ ଥିବା ଲୋକେ କହିଥିଲେ । ଏନେଇ ଶ୍ରୀ ମହାପାତ୍ର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆସନ୍ତା କାଲି ଗୃହପାଳିତ ପଶୁମାନଙ୍କ ନିମନ୍ତେ ଗୋଖାଦ୍ୟ,ରନ୍ଧାଖାଦ୍ୟ ଓ ଜରିପାଲ ଯୋଗାଇ ଦିଆ ଯିବ ବୋଲି ଜିଲାପାଳ ପ୍ରତିଶ୍ରୃତି ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande