ବରୀ ନିର୍ବାଚନ ମଣ୍ଡଳୀ ଜଳମଗ୍ନ : ଘରେ ପଶିଲା ବନ୍ୟା ପାଣି : ନଦୀ ବନ୍ଧ ଉପରେ ଆଶ୍ରୟ ନେଲେ ଗୋରୁଗାଈଙ୍କ ସହ ବନ୍ୟା ବିପନ୍ନ
ଧର୍ମଶାଳା, ୩୦ ଜୁଲାଇ (ହି.ସ.)- ବୈତରଣୀ ପରେ ଏବେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ଆଁରେ ଗାଁ । ଗୃହପାଳିତ ପଶୁମାନଙ୍କ ଠାରୁ ଆରମ୍ଭ କରି ବନ୍ୟା ବିପନ୍ନମାନେ ଏକ ହୋଇ କିଏ ନଦୀ ବନ୍ଧରେ ଆଶ୍ରୟ ନେଇଥିବା ବେଳେ ତ ଆଉ କିଏ ଛାତ ଓ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ବ୍ରାହ୍ମଣୀ ନଦୀରେ ବିପଦ ସଙ୍କେତ ଉପରେ ବନ
ବରୀ ନିର୍ବାଚନ ମଣ୍ଡଳୀ ଜଳମଗ୍ନ : ବନ୍ୟା ଜଳରେ ଘରେ ପଶିଲା ପାଣି


ଧର୍ମଶାଳା, ୩୦ ଜୁଲାଇ (ହି.ସ.)- ବୈତରଣୀ ପରେ ଏବେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ଆଁରେ ଗାଁ । ଗୃହପାଳିତ ପଶୁମାନଙ୍କ ଠାରୁ ଆରମ୍ଭ କରି ବନ୍ୟା ବିପନ୍ନମାନେ ଏକ ହୋଇ କିଏ ନଦୀ ବନ୍ଧରେ ଆଶ୍ରୟ ନେଇଥିବା ବେଳେ ତ ଆଉ କିଏ ଛାତ ଓ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ବ୍ରାହ୍ମଣୀ ନଦୀରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ଏହାର ପ୍ରଭାବରେ ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀରେ ଦୁର୍ଦଶା ଆଣି ଦେଇଛି । ବରୀ ନିର୍ବାଚନ ମଣ୍ଡଳୀ ବନ୍ଧଡିହ ପଂଚାୟତସ୍ଥ କନ୍ଦିଆଠାରେ ୨ଟି ସ୍ଥାନରେ ଘେରି ବନ୍ଧ ଭାଙ୍ଗି ଯିବା ଫଳରେ ଘେରି ବନ୍ଧ ଭିତରେ ୮୦ରୁ ଉର୍ଦ୍ଧ ପରିବାର ସ୍କୁଲ, ନଦୀ ବନ୍ଧ ଓ ଘରଛାତ ଉପରେ ଆଶ୍ରୟ ନେଇଥିବା ବେଳେ ଝାଲପଡା ପଂଚାୟତର ଝାଲପଡାଠାରେ ଘେରି ବନ୍ଧ ଭାଙ୍ଗି ଯିବା ଫଳରେ ୧୪,୧୫ ଓ ୧୬ ନଂ ୱାର୍ଡରେ ଶହଶହ ପରିବାର ନଦୀ ବନ୍ଧ ଉପରେ ଜରି ପାଲ ତଳେ ଗାଇଗୋରୁମାନଙ୍କ ସହ ଏକତ୍ର ହୋଇ ରହିଥିବା ଦେଖିବାକୁ ମିଳିଛି । ରସୁଲପୁର ବ୍ଲକ ସାମନ୍ତରାପୁର ପଂଚାୟତରେ ଆଜି ସାଢେ ୧୨ଟା ସମୟରେ ଘେରି ବନ୍ଧ ଭାଙ୍ଗି ଯିବାରୁ ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଆଜି ସକାଳ ସାଢେ ୮ଟା ସମୟରେ ବରୀ ନିର୍ବାଚନ ମଣ୍ଡଳୀ କିମ୍ଭୀରିଆପାଳ ବାଙ୍କସାହି ନିକଟରେ ଦେଢ ଶହରୁ ଦୁଇ ଶହ ଫୁଟ ଘାଇ ହୋଇଥିଲା । ଫଳରେ ସ୍ଥାନୀୟ ଅଂଚଳ ଜଳମଗ୍ନ ହୋଇ ପଡିଥିବା ବେଳେ ହଠାତ୍ ପାଣି ପଶିବା ଫଳରେ ଘରେ ଥିବା ବହୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ନଷ୍ଟ ହୋଇଯାଇଛି । ସେପେଟ ପନିପରିବା ଚାଷ ଉଜୁଡି ଯାଇଛି । ବାଙ୍କସାହି ନିକଟରେ ଘାଇ ସୃଷ୍ଟି ହେବା ଫଳରେ ତୁରନ୍ତ ଖବର ପାଇ ଯାଜପୁର ଅତିରିକ୍ତ ଜିଲାପାଳ ଶିବାନନ୍ଦ ସ୍ୱାଇଁ ଓ ବରୀ ଜଳସେଚନ ସହକାରୀ ଯନ୍ତ୍ରୀ ମନୋରଂଜନ ତ୍ରିପାଠୀ ଘଟଣାସ୍ଥଳରେ ପଂହଚି ଘଟଣା ଉପରେ ନଜର ଦେବା ସହିତ ଘାଇ ବୁଲି ଦେଖିବାକୁ ଆସୁଥିବା ଜନସାଧାରଣଙ୍କୁ ବାରଣ କରିଥିଲେ । ସେପଟେ ଯାଜପୁର ସଦର ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ । ପରେ ବରୀ ନିର୍ବାଚନ ନିର୍ବାଚନ ମଣ୍ଡଳୀ ଚନ୍ଦନପୁର ଓ ଅଟିରାସ୍ଥିତ ଅରୁଆଳ ଠାରେ ଘାଇ ହୋଇଥିଲା । ଖବର ପାଇ ଯାଜପୁର ଜିଲାପାଳ ଅମ୍ବର କୁମାର କର, ବନ୍ୟା ପରିଚାଳନା ଦାୟିତ୍ୱରେ ଥିବା ପି ଅନ୍ୱେଶା ରେଡ୍ଡି ଓ ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ପ୍ରମୁଖ ଘାଇ ପରିଦର୍ଶନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande