ରାଜ୍ୟ ଗୁରୁତର ବନ୍ୟା ସମ୍ମୁଖୀନ ହେଲାବେଳକୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ -କଂଗ୍ରେସ
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ରାଜ୍ୟର ବନ୍ୟାକୁ ନେଇ ସରକାରଙ୍କ ଉପେକ୍ଷା ମନୋଭାବକୁ ସମାଲୋଚନା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ବର୍ଷରୁତୁ ଆରମ୍ଭର ୨
cong


ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ରାଜ୍ୟର ବନ୍ୟାକୁ ନେଇ ସରକାରଙ୍କ ଉପେକ୍ଷା ମନୋଭାବକୁ ସମାଲୋଚନା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ବର୍ଷରୁତୁ ଆରମ୍ଭର ୨ ମାସ ପୂର୍ବରୁ ସରକାର ପ୍ରସ୍ତୁତି ବୈଠକର ଆବଶ୍ୟକତା ଥିଲା । ଯାହାକୁ ସରକାର ଅବହେଳା କରିଛନ୍ତି । ଲଗାଣ ବର୍ଷା ଓ ବନ୍ୟାକୁ ନେଇ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି ଏଥିରୁ ପ୍ରତୀତ ହେଉଛି ଯେ, ଖୋଦ ସରକାରଙ୍କ ପାଖରେ ପ୍ରକୃତ ତଥ୍ୟ ନାହିଁ ।

ଆଇଏମଡି ସୂଚନା ଅନୁସାରେ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଝାଡ଼ଖଣ୍ଡ ଛତିଶଗଡରେ ପ୍ରବଳ ବର୍ଷାର ସମ୍ଭାବନା ଅଛି ଏବଂ ଯଦି ଏହା ହୁଏ ତେବେ ମହାନଦୀ, ବ୍ରାହ୍ମଣୀ ସୁବର୍ଣ୍ଣରେଖା ଆଦିରେ ପ୍ରବଳ ବନ୍ୟା ଦେଖାଦେବ। ଏହି ନଦୀ ଗୁଡିକର ଶାଖା ନଦୀ ଓ ଅବବାହିକା ଅଞ୍ଚଳରେ ବନ୍ୟା ହୋଇ ବ୍ୟାପକ କ୍ଷୟ କ୍ଷତି ଘଟିବାର ସମ୍ଭାବନା ଅଛି । ରାଜ୍ୟରେ ଉପକୂଳ ବ୍ୟତୀତ ପଶ୍ଚିମ ଓଡିଶାରେ ବନ୍ୟା ପରିସ୍ଥିତି ବର୍ତମାନ ଗମ୍ଭୀର । ସରକାରି ତଥ୍ୟ ଠାରୁ ବହୁ ଲୋକ ବନ୍ୟା ଯୋଗୁଁ ମଲେଣି, ତଥାପି ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ପହଂଚି ନାହିଁ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଦୀର୍ଘ ୧୨ ବର୍ଷ ପରେ ଓଡ଼ିଶାରେ ବନ୍ୟା ଦେଖାଦେଇଛି । ସରକାରୀ ତଥ୍ୟ ଅନୁସାରେ ୭ ଗୋଟି ଜିଲ୍ଲା ପ୍ରଭାବିତ ହେଇଛି । କିନ୍ତୁ ତା'ଠାରୁ ଅଧିକ ଜିଲ୍ଲା ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଗଣମାଧ୍ୟମରୁ ସୂଚନା ମିଳୁଛି ।ସରକାରଙ୍କ ରିଲିଫ କୋର୍ଡ ଅନୁସାରେ କାର୍ଯ୍ୟ ହେଉନି । ଏଭଳି ଏକ ବନ୍ୟାଜନିତ ଗମ୍ଭୀର ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ନିରାଶା ସୃଷ୍ଟି କରିଛି । ଯଦି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି ତେବେ ମହାନଦୀ ଜଳ ବିବାଦ ସମାଧାନ କରନ୍ତୁ । ସରକାର ଧନ ଜୀବନ ରକ୍ଷା କରିବାକୁ ପ୍ରୟାସ କରନ୍ତୁ । ଏପର୍ଯ୍ୟନ୍ତ ସରକାରଙ୍କ ସଦବୁଦ୍ଧି ଉଦୟ ହୋଇନାହିଁ କିମ୍ବା ସମୀକ୍ଷା ବୈଠକ ବସି ନାହିଁ କ୍ଷ ସରକାରଙ୍କୁ ଅନୁରୋଧ ଅତିଶୀଘ୍ର ସମୀକ୍ଷା ବୈଠକ କରି ବନ୍ୟା ପ୍ରଭାବିତ ଜନତାଙ୍କୁ ରିଲିଫ ସହଯୋଗ ପହଞ୍ଚାନ୍ତୁ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

ଆଜିର ସମ୍ମିଳନୀରେ ମୁଖପାତ୍ର ଡଃ ହମିଦ ହୁସେନ, ଡଃ ଦେବାଶିଷ ଭୂୟାଁ ଏବଂ ଅଶୋକ ସ୍ୱାଇଁ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande