ମଙ୍ଗୁଲି ଅଙ୍ଗନୱାଡି ଗୃହ ଉଦ୍ଘାଟିତ
ଭଦ୍ରକ, ୩୦ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ଛୟାଳସିଂହ ପଚାଂୟତ ମଙ୍ଗୁଲି ଗ୍ରାମରେ ନବ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର ଗୃହକୁ ସ୍ଥାନୀୟ ସରପଚଂ ସତ୍ୟଭାମ ଧଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଆଇସିଡିଏସ ସୁପରଭାଇଜର ରୁକ୍ମଣୀ ମହାଳିକ , ସାଂସଦ ପ୍ରତିନିଧି
manguli anganwadi center udghatana


ଭଦ୍ରକ, ୩୦ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ଛୟାଳସିଂହ ପଚାଂୟତ ମଙ୍ଗୁଲି ଗ୍ରାମରେ ନବ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର ଗୃହକୁ ସ୍ଥାନୀୟ ସରପଚଂ ସତ୍ୟଭାମ ଧଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଆଇସିଡିଏସ ସୁପରଭାଇଜର ରୁକ୍ମଣୀ ମହାଳିକ , ସାଂସଦ ପ୍ରତିନିଧି ସନ୍ତୋଷ ନାୟକ, ଅଙ୍ଗନୱାଡି କର୍ମୀ ସାବିତ୍ରୀ ନାୟକ, ଅପର୍ଣ୍ଣା ନାୟକ, ସୁକାନ୍ତି ଲତା ଜେନା, ସୁମିତ୍ରା ଭୂୟାଁ, ରାଜଶ୍ରୀ ରାଣୀ ରାଉତ, ସ୍ୱର୍ଣ୍ଣଲତା ପାତ୍ର, ୱାର୍ଡ ସଭ୍ୟା ବୀଣାପାଣି ଘଢାଇ ସମେତ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି, ସ୍ୱୟଂସହାୟକ ଗୋଷ୍ଠିର ସଦସ୍ୟା, ଆଶାକର୍ମୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦୀର୍ଘ ବର୍ଷ ଧରି ମଙ୍ଗୁଲି ଗ୍ରାମରେ ସ୍ଥାୟୀ ଅଙ୍ଗନୱାଡି ଗୃହର ଅଭାବ ଯୋଗୁ ଶିଶୁ ମାନଙ୍କ ପ୍ରାକ୍-ପ୍ରାଥମିକ ଶିକ୍ଷା, ପୁଷ୍ଟିକର ଖାଦ୍ୟ ବଂଟନ ଏବଂ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ସରକାରୀ ସେବା ପ୍ରଦାନରେ ବିଭିନ୍ନ ଅସୁବିଧା ଦେଖା ଦେଉଥିଲା । ନୂତନ ଗୃହ ନିର୍ମାଣ ଫଳରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି । ପ୍ରାରମ୍ଭରେ ରମାକାନ୍ତ ପଣ୍ଡା ପୂଜା କାର୍ଯ୍ୟ ସମାପନ ପରେ ଶ୍ରୀଫଳ ଭାଙ୍ଗି ଫିତା କାଟି ସ୍ଥାନୀୟ ସରପଚଂ ଏହି ନୂତନ ଗୃହକୁ ଉଦ୍ଘାଟନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande