ପୁଇଁତଲା ବ୍ଲକରେ କ୍ଷୟକ୍ଷତିର ଅନୁଧ୍ୟାନ କଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ପୁଇଁତଲା ବ୍ଲକର ଲସ୍ତଲା ଗ୍ରାମରେ ଲଗାଣ ବର୍ଷା ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଅନୁଧ୍ୟାନ କରି ଲୋକମାନଙ୍କ ସମସ୍ୟା ବୁଝିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଯଥାଶୀଘ୍ର ଆବଶ୍ୟକ ସହାୟ
ପୁଇଁତଲା ବ୍ଲକରେ     କ୍ଷୟକ୍ଷତିର ଅନୁଧ୍ୟାନ କଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ପୁଇଁତଲା ବ୍ଲକର

ଲସ୍ତଲା ଗ୍ରାମରେ ଲଗାଣ ବର୍ଷା ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଅନୁଧ୍ୟାନ କରି ଲୋକମାନଙ୍କ

ସମସ୍ୟା ବୁଝିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। କ୍ଷତିଗ୍ରସ୍ତ ପରିବାରମାନଙ୍କୁ

ଯଥାଶୀଘ୍ର ଆବଶ୍ୟକ ସହାୟତା ପ୍ରଦାନ ପାଇଁ ସରକାରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଏହାର ସଠିକ

ପରିଚାଳନା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ସମସ୍ତଙ୍କ

ସୁରକ୍ଷା ଓ ସହାୟତା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande