
ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ଆଜି ଉମରକୋଟ
ପୌରପାଳିକାର ୱାର୍ଡ ନଂ -୧୧, ଭାଲୁଗୁଡାରେ ପୂଜା ପାଉଥିବା ବାବା ନାଗେଶ୍ୱର ଦେବଙ୍କ ମନ୍ଦିର
ପରିସରରେ ଏକ ପ୍ରାଚୀର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନିତ୍ୟାନନ୍ଦ ଗଣ୍ଡ।
ଶ୍ରାବଣ ମାସର ଆରମ୍ଭରେ ଏହି ଶୁଭକାର୍ଯ୍ୟ ଆରମ୍ଭ ହେବା ସମସ୍ତଙ୍କ ପାଇଁ ଏକ ଆଶୀର୍ବାଦ। ପ୍ରଭୁ
ନାଗେଶ୍ୱରଙ୍କ ନିକଟରେ ପ୍ରାର୍ଥନା ସମସ୍ତଙ୍କ ଉପରେ ତାଙ୍କ କୃପା ରହୁ ଏବଂ ତାଙ୍କରି ଏହି
କାର୍ଯ୍ୟ ଖୁବ୍ ଶୀଘ୍ର ସମାପ୍ତ ହୋଇ ମନ୍ଦିରରେ ଏକ ସୁରକ୍ଷା ପ୍ରାଚୀର ଛିଡ଼ା ହେଉ ବୋଲି
ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା