
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଇଣ୍ଡିଆନ୍ ଆଇଡଲ୍ ବିଜେତା ଭାବେ ଓଡ଼ିଶା ପାଇଁ ଗୌରବ ଆଣିଥିବା ଜ୍ୟୋତିର୍ମୟୀ ନାୟକଙ୍କୁ ସାକ୍ଷାତ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି ଅଦ୍ୱିତୀୟ ସଫଳତା ଆମ ରାଜ୍ୟର ନାରୀଶକ୍ତିଙ୍କ ସାମର୍ଥ୍ୟ, ପ୍ରତିଭା ଓ ଅଦମ୍ୟ ସଂକଳ୍ପର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ଶ୍ରୀମତୀ ପରିଡା ଏହି ଅବସରରେ କହିଛନ୍ତି ।
ଜ୍ୟୋତିର୍ମୟୀଙ୍କ ସଫଳତା କେବଳ ସଙ୍ଗୀତ ଜଗତ ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସେ ଆଗାମୀ ଦିନରେ ଆହୁରି ସଫଳତା ପାଆନ୍ତୁ ବୋଲି ଉପ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା